“ଘୁମୁସର ର ସ୍ବର” ପକ୍ଷରୁ ୧୦୨ତମ ପୂର୍ଣ୍ଣିମା ଆସରରେ କବି ଦିଲ୍ଲୀପ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୦୨ ତମ ପୂର୍ଣ୍ଣିମା ଆସରରେ ” କବି ଦିଲ୍ଲୀପ ଦାସ”ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ କେ.କୃଷ୍ଣ ମୂର୍ତ୍ତି ଆଚାରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ, ମୁଖ୍ୟବକ୍ତା ଭାବେ ଡାକ୍ତର ପ୍ରଦୀପ୍ତ କୁମାର ସିଂ, ଏବଂ ସମ୍ମାନିତ ଅତିଥି ଭାବେ କବି ଅନନ୍ତ କର, ନେତାଜୀ ବିଷୋୟୀ, ଗୈାରୀଶଙ୍କର ମିଶ୍ର ଯୋଗଦେଇ କବି ଦିଲ୍ଲୀପ ଦାସ ସ୍ମୃତି ଚାରଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଖଲି ପରିଡା, କାର୍ତ୍ତିକେଶ୍ବର ପ୍ରଧାନ, ଇଂ.ବିପ୍ର ଚରଣ ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଜି.ଅଭୟ କୁମାର ପାତ୍ର, ସୂର୍ଯ୍ୟ ନାରାୟଣ ସାମନ୍ତରା, ରାଜ ଗୋପାଳ ନାୟକ ଯୋଗଦେଇ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ କବିତା ଆସର ଅଧିବେଶନରେ ଆନ୍ତର୍ଜାତିକ ସ୍ତରରେ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୈାଡଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । କବି ଭାସ୍କର ରାଉତ, ପ୍ରଶାନ୍ତ ଆଚାରୀ, ଧୃବ ପାଣିଗ୍ରାହୀ,ସୁରେଶ ଚନ୍ଦ୍ର ପାଢ଼ୀ, ବସନ୍ତ କୁମାର ବିଷୋୟୀ, ଇ.ବାଳକୃଷ୍ଣ ଦୋରା, ସୁଦର୍ଶନ ପାତ୍ର, ପ୍ରଦୀପ୍ତ ସାମନ୍ତରା, ଜନାର୍ଦ୍ଦନ ସ୍ବାଇଁ, ରମାକାନ୍ତ ରାଉତ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଇ.ନୀଳଞ୍ଚଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ