ମହାକାଳପଡା ସିପିଆଇ(ଏମ)ର ଆଞ୍ଚଳିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କସବାଦୀ) ମହାକାଳପଡା ଆଞ୍ଚଳିକ କମିଟିର ଚତୁର୍ଥ ସମ୍ମିଳନୀ ଗୁରୁବାର ଖରିନାସୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପାର୍ଟିର ପତାକା ଉତ୍ତୋଳନ କରିଥିଲେ ପାର୍ଟିର ବରିଷ୍ଠ ନେତା ପ୍ରଫୁଲ୍ଲ ମହାକୁଡ । ଦଖଲ ଜମିର ପଟ୍ଟା ପ୍ରଦାନ କରିବା, ସବୁ ଗାଁକୁ ପକ୍କା ରାସ୍ତା ଓ ପାଇପ ଯୋଗେ ପାନୀୟଜଳ ଯୋଗାଣ, ମନରେଗା ଯୋଜନାରେ ସମସ୍ତ ମୂଲିଆଙ୍କୁ ଦୁଇଶହ ଦିନର କାମ ଯୋଗାଇବା ସହିତ ଦୈନିକ ୬ଶହ ଟଙ୍କା ମଜୁରୀ ପ୍ରଦାନ କରିବା, ବର୍ଦ୍ଧିତ ବିଦ୍ୟୁତ ଭଡା ପ୍ରତ୍ୟାହାର କରିବା, ସବୁ ପଞ୍ଚାୟତରେ ଧାନମଣ୍ଡି ଖୋଲିବା, ଆୟକର ନିମ୍ନରେ ଥିବା ସମସ୍ତ ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କା ପ୍ରଦାନ କରିବା ସହିତ ମୁଣ୍ଡପିଛା ୧୦କିଲୋ ଚାଉଳ କିମ୍ବା ଗହମ ଯୋଗାଇ ଦେବା, ୩ଟି କଳା କୃଷି ଆଇନ ଓ ବିଦ୍ୟୁତ ବିଲ-୨୦୨୦କୁ ବାତିଲ କରିବା ସହିତ କୃଷିଜାତ ପଦାର୍ଥର ସର୍ବନିମ୍ନ ମୂଲ୍ୟ ପାଇଁ ଆଇନ ଆଣିବା ଏବଂ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ କରିବା ଦାବିରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ଜିଲ୍ଲା ସମ୍ପାଦକ ଗୟାଧର ଧଳ । ସେ କହିଲେ ଲୋକମାନଙ୍କ ସମସ୍ୟାକୁ ଉର୍ଦ୍ଧ୍ୱରେ ତୋଳିଧରୁଛି ସିପିଆଇ(ଏମ) । ଜନସାଧାରଣଙ୍କ ଆଶା ଆକାଂଙ୍ଖ୍ୟାକୁ ପୁରଣ ପାଇଁ ଦଳକୁ ଶକ୍ତିଶାଳି କରିବା ସହିତ ବ୍ୟାପକ ଗଣଆନ୍ଦୋଳନ ଗଢି ତୋଳିବାକୁ ପଡିବ । ଏହି ସମ୍ମିଳନୀ ଆସନ୍ତା ୩ବର୍ଷ ପାଇଁ ନରୋତ୍ତମ ପାର୍ଥସାରଥୀଙ୍କୁ ଆଞ୍ଚଳିକ କମିଟିର ସମ୍ପାଦକ ଭାବେ ନିର୍ବାଚିତ କରିଥିବା ବେଳେ ଅସିତ ମିର୍ଦ୍ଧା, ବାସୁଦେବ ପାଳ, ସରଳା ହାଉଳି, ଦୀପକ ମଣ୍ଡଳ ପ୍ରମୁଖଙ୍କୁ ନେଇ ଏକ ୫ଜଣିଆ କମିଟି ନିର୍ବାଚିତ ହୋଇଛି । ଶେଷରେ ପାର୍ଟିର ବରିଷ୍ଠ ନେତା ଜଗତଜୀବନ ଦାଶ ଉଜ୍ଜାପନୀ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ