କୁମାର ପୂର୍ଣ୍ଣିମା ଉପଲକ୍ଷେ ବିଧାୟକଙ୍କ ନୂତନ ବସ୍ତ୍ର ବଣ୍ଟନ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପବିତ୍ର କୁମାର ପୂର୍ଣ୍ଣିମା ଦିନ ନୂତନ ବସ୍ତ୍ର ପରିଧାନ କରିବା ପରମ୍ପରା ଥିବା ବେଳେ ଅକ୍ଟୋବର ୨୦ ତାରିଖ ଦିନ ପ୍ରତି ବର୍ଷ ପ୍ରକାରେ ନିଜ ଗ୍ରାମ ହାତୀଓଟସ୍ଥ ବାସଭବନରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସହ ପିତା ଗଙ୍ଗାଧର ସାହୁ, ଝିଅ ସୋନିଆ ଓ ପୁତ୍ର ରାହୁଲ ସାହୁ ଗରିବ, ଅସହାୟ, ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ କରିଥିଲେ । ପୂର୍ଣ୍ଣିମା ଦିନ ନୂତନ ବସ୍ତ୍ର ପରିଧାନ ପରମ୍ପରା ଥିବା ବେଳେ ବହୁ ଗରିବ ଲୋକ ନୂତନ ବସ୍ତ୍ର ପରିଧାନ କରିପାରନ୍ତି ନାହିଁ। ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରତି ବର୍ଷ କୁମାର ପୂର୍ଣ୍ଣିମା ଦିନ ବିଧାୟକ ଶ୍ରୀ ସାହୁ ଗରିବ ଲୋକଙ୍କୁ ନୂତନ ବସ୍ତ୍ର ପ୍ରଦାନ କରି ଆସୁଛନ୍ତି । ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ପୋଲସରା ବ୍ଲକର ହଜାର ହଜାର ଗରିବ ମହିଳା ଓ ପୁରୁଷ ମାନଙ୍କୁ ବିଧାୟକ ଶ୍ରୀ ସାହୁ ନୂତନ ବସ୍ତ୍ର ସହିତ ପୂର୍ଣ୍ଣିମା ଖର୍ଚ୍ଚ ମଧ୍ୟ ପ୍ରଦାନ କରିଥିଲେ । ଏହି କୁମାର ପୂର୍ଣ୍ଣିମା ଅବସରରେ ପିତା ଗଙ୍ଗାଧର ସାହୁଙ୍କ ଦ୍ଵାରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ବ୍ଲକର ହଜାର ହଜାର ଲୋକଙ୍କୁ ପୂର୍ଣ୍ଣିମା ଖର୍ଚ୍ଚ ସହିତ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରଥମ ଥର ସରପଞ୍ଚ ହେବା ଠାରୁ ଆଜି ପର୍ଯ୍ୟନ୍ତ କୁମାର ପୂର୍ଣ୍ଣିମା ଦିନ ଗରିବ ଲୋକଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଆସୁଛନ୍ତି । ଶ୍ରୀକାନ୍ତ ସାହୁ ମହୋଦୟଙ୍କ ଜନସେବା ଓ ଜନସମ୍ପର୍କରେ ଆନ୍ତରିକତା ଥିବା ଯୋଗୁଁ ଲୋକମାନଙ୍କ ଅନ୍ତରାତ୍ମା ତାଙ୍କ ସହ ରହିଥିବା ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । ତାଙ୍କର ରାଜନୈତିକ ଜୀବନ ଆହୁରି ସଫଳ ହେବା ସହିତ ଦୀର୍ଘାୟୁ ହେବା ପାଇଁ ଗରିବ ଲୋକମାନେ ଶୁଭକାମନା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ସନ୍ତୋଷ କୁମାର ବେହେରା,ସୁଶାନ୍ତ କୁଣ୍ଡ, ଶାନ୍ତନୁ ବାଢେଇ,ସୁଶାନ୍ତ ପୋଲେଇ, ରତ୍ନାକର ସାହୁ, ବସନ୍ତ ଜେନା, ମୋଚିରାମ ସାହୁ, ଭଗବାନ ସାହୁ, ବସନ୍ତ କରଣ, ରଞ୍ଜିତ ପାଣିଗ୍ରାହୀ, ପଞ୍ଚୁ ଦାସ , ରଞ୍ଜିତ ସାହୁ, ନରେନ୍ଦ୍ର ଦେବତାଙ୍କ ସମେତ ବହୁ ଲୋକପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ