ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ ୨୪ ଜଣ ଜୁଆଡି ଗିରଫ

ବୁଗୁଡ଼ା, (ଅନିଲ ମହାରଣା):ବୁଗୁଡ଼ା ପୋଲିସ ପକ୍ଷରୁ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉକରି ୨୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ଏକ ଲକ୍ଷ ୧୫ ହଜାର ୫୩୦ ଟଙ୍କା ଜବତ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି l ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର କାଳୀ ମନ୍ଦିର ପରିସରରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିବା ସହ ୧ ଲକ୍ଷ ୩ ଶହ ଟଙ୍କା ଜବତ ହୋଇଛି। ଏନେଇ ଥାନା କେସ ନଂ ୫୫୦/୨୧ ରେ ଏକ ମାମଲା ରୁଜୁ ହୋଇଛି । ସେହିପରି ଗୋଳାବନ୍ଧ ହାଇସ୍କୁଲ ନିକଟ ପୋଖରୀ ହୁଡ଼ାରେ ଚାଲିଥିବା ଜୁଆ ଖେଳ ଉପରେ ଚଡ଼ଉକରାଯାଇ ୧୧ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ ହଜାର ୨୩୦ ଟଙ୍କା ଜବତ ହୋଇଛି। ଏନେଇ ଥାନା କେସ ନଂ ୫୫୨ /୨୧ ରେ ଏକ ମାମଲା ରୁଜୁ କରାଯାଇ ୧୧ ଜଣଙ୍କୁ ଗିରଫ କରା ଯାଇଛି l ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା କୁମାରୀ ପ୍ରଧାନ, ଉପ ଆରକ୍ଷୀ ନିରୀକ୍ଷିକା ତନୁଶ୍ରୀ ସାହୁ ଓ ସହକାରୀ ଉପ ଆରକ୍ଷୀ ନିରୀକ୍ଷିକ ସିମାଞ୍ଚଳ ଜେନା ଓ ପୋଲିସ ବାହିନୀ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ