୧୦୦କୋଟି ସଫଳ କୋଭିଡ ଟିକାକରଣ ପାଇଁ ଗଜପତି ବିଜେପି ଦଳ ତରଫରୁ ଆନନ୍ଦର ଉତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣତା ଓ ସୁ ଶାସନ ଯୋଗୁଁ ଭରତରେ ୧୦୦କୋଟି ସଫଳ କୋଭିଡ ଟିକାକରଣ ସମାପନ ହୋଇପାରିଛି । ଏହା ଯୋଗୁଁ ମାରାତ୍ମକ କୋରନା କବଳରୁ ଦେଶବାସୀଙ୍କୁ ସୁରକ୍ଷିତ ରଖାଯାଇଛି । ସାରା ବିଶ୍ୱରେ ଏଥି ପାଇଁ ପ୍ରଧାନମନ୍ତ୍ରୀ ଏକ ନୁତନ ଇତିହାସ ସୃଷ୍ଟି କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୦୦କୋଟି ସଫଳ କୋଭିଡ ଟିକାକରଣ ହୋଇପାରିଥିବା ଯୋଗୁଁ ଆଜି ପାରଳାଖେମୁଣ୍ଡି ଟାଉନହଲ ସମ୍ମୁଖରେ ପାରଳାଖେମୁଣ୍ଡି ବାଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓଙ୍କ ନେତୃତ୍ୱରେ ସଫଳତାର ଉତ୍ସବକୁ ପାଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପ ଓ ବିଚକ୍ଷଣତା ଯୋଗୁଁ ଭୁୟଶୀ ପ୍ରଶଂସା କରାଯାଇଛି । ଏହି ସମାବେଶରେ ବରିଷ୍ଠ ବିଜେପି ନେତା ନରସିଂହ ପଟ୍ଟନାୟକ,ଜଗନ୍ନାଥ ମହାପାତ୍ର, ପ୍ରଶାନ୍ତ ପାଳ, ସିଏଚ.ସିମାଦ୍ରୀ, ସନ୍ତୋଷ ଜେନା, ବରିଷ୍ଠ ନେତ୍ରୀ ତଥା ଜିଲ୍ଲା ସାଧାରଣ ସମ୍ପାଦିକା ଅରୁଣିମା ସାହୁଙ୍କ ସମେତ ନେତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ