ଠିକା ଅଙ୍ଗନବାଡି ସୁପର ଭାଇଜର ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ବା ଗ୍ରାଜୁଏଟ କଣ୍ଟ୍ରାଚ୍ୟୁଆଲ ଲେଡି ସୁପର ଭାଇଜର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଲାଗି ଦାବୀ କରି ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଇତି ମଧ୍ଯରେ ଚାକିରି କରିବାର ୧୨/୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଚାକିରୀର ନିୟମିତ ହୋଇନଥିବା ଅଭିଯୋଗ କରିଛି ସଂଘ। ଅପରପକ୍ଷରେ ମାଟ୍ରିକ ପାସ କରିଥିବା, ଅଙ୍ଗନବାଡି କର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ନିୟମିତ ପଦୋନ୍ନତୀ ଦେଇ ବାର୍ଷିକ ଇନକ୍ରିମେଣ୍ଟ ମଧ୍ୟ ଦିଆଯାଉଛି । ସେମାନେ ଜୁନିୟର ହୋଇଥିଲେ ମଧ୍ୟ ଅଧିକା ଦରମା ପାଇବା ସହ ୬ ବର୍ଷ ପରେ ନିୟମିତ ହେଉଛନ୍ତି । ହେଲେ ଏମାନଙ୍କର ୧୨/୧୩ ବର୍ଷ ହୋଇଥିଲେ ମଧ୍ୟ ନିୟମିତ ହେଉ ନ ଥବା କଥା ଝରଣା ସୁନ୍ଦରୀ ପ୍ରଧାନ,କଳ୍ପନା ନାୟକ, ସୁଜାତା ସାହୁ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଣୁ ଯେଉଁଦିନ ଠାରୁ ସେମାନଙ୍କୁ ଚୁକ୍ତିଭିତ୍ତିକ ଲେଡି ସୁପରଭାଇଜର ନିଯୁକ୍ତି ଦିଆଗଲା ସେହିଦିନରୁ ଚାକିରି ନିୟମିତ କରିବା ଲାଗି ଏମାନେ ଦାବୀ କରିଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ