ଗଜପତିରେ ୫ଶହରୁ ଉର୍ଦ୍ଧ୍ୱ ଏକର ମକା ଫସଲ ଉଜୁଡିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗୁଲାବ ବାତ୍ୟା ଯୋଗୁଁ ଗଜପତି ଜିଲ୍ଲା ନୁଆଗଡ ବ୍ଲକରେ ଚଳିତ ବର୍ଷ ମକା ଫସଲ ସମ୍ପୁର୍ଣ୍ଣ ଭାବେ ଉଜୁଡି ଯାଇଚି । ଭଲ ମକା ଫସଲ ଆଦାୟ ହେବା ଆଶାରେ ଚାଷୀମାନେ ଧାର କରଜ କରି ମକା ଫସଲ କରିଥିଲେ । ଦୁଇ ପଇସା ରୋଜଗାର ହେବ ବୋଲି ଚାଷୀକୁଳଙ୍କ ପୁର୍ବାନୁମାନ ପାଣି ଫୋଟକା ପରି ମଉଳି ଯାଇଛି । ଚଳିତ ବର୍ଷ ଗୁଲାବ ବାତ୍ୟାରେ ନୁଆଗଡ ବ୍ଲକ ଟାଙ୍ଗିଲି ପଞ୍ଚାୟତର ଟାଙ୍ଗିଲି, ଲୋଫଲାଙ୍ଗା, ବାଘସିଂହ ସହି, ପୋଡାଗୁମ୍ମା ,ବେତାରସିଂ ପଞ୍ଚାୟତର ମହୁଲପଡା, କଙ୍କଡା, ଅଣ୍ଡରସିଂହ, ମାର୍ଲବା ଓ ପୁତୁରୁପୋଡା ପଞ୍ଚାୟତର ପୁତୁରୁପଡା, ଟୁବୁରୁସିଂ, ସଲାଙ୍କଇ, ତରଭା, ମରମ, ଲୁହବା, ତୁବୁରସିଂ, ତୁମନ,ଅରାଡି ଓ ବୁରୁସିଂ ଗ୍ରାମର ୮୦ ଭାଗ ଚାଷୀଙ୍କର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଏକର ମକା ଫସଲ ନଷ୍ଟ ହୋଇଯାଇଛି । ମକା ଚାଷ ପାଇଁ ଅଧିକାଂଶ ଚାଷୀ ଗ୍ରାମାଞ୍ଚଳରେ ଥିବା ଧନୀକ ବ୍ୟବସାୟୀଙ୍କ ଠରୁ ଚଢା ଦରରେ କରଜ ଆଣି ମକା ଫସଲରେ ବିନିଯୋଗ କରିଥିଲେ । ଗୁଲାବ ବାତ୍ୟା ଜନିତ ଲଗାତର ବର୍ଷା ଯୋଗୁଁ ଏହି ଅଞ୍ଚଳର ମକା ଫସଲ ସମ୍ପୁର୍ଣ୍ଣ ଭାବେ ଉଜୁଡି ଯାଇଛି । ଏହା ଉପରେ ନିର୍ଭର କରୁଥିବା ଚାଷୀ ପରିବାରମାନଙ୍କ ଜିବନ ଜିବିକା ବିପର୍ଯ୍ୟସ୍ତ ହୋଇ ପଡିଛି । ଜିଲ୍ଲା ପ୍ରସାଶନ ଏ ନେଇ ଚାଷୀ କୁଳଙ୍କୁ ବିହିତ ସାହାର୍ଯ୍ୟ ସହେଯାଗର ହାତ ବଢାନ୍ତୁ ବୋଲି ଏହି ମକା ଚାଷୀମାନେ ନିବେଦନ କରିଛନ୍ତି ।


