ଗୋଷାଣୀ ପଞ୍ଚାୟତସ୍ତରରେ ଭୋଟର ସଂଶୋଧନ ତାଲିକା ପ୍ରସ୍ତୁତ ପାଇଁ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟ ପରିସରରେ ପଞ୍ଚାୟତସ୍ତରରେ ଭୋଟର ସଂଶୋଧନ ତାଲିକା ପ୍ରସ୍ତୁତ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ, ଜିପିଇଓ ଦୁର୍ଗା ପ୍ରସାଦ ରାଣା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବରିରରେ ବ୍ଲକର କନିଷ୍ଠ ଯନ୍ତ୍ରୀ, ରାଜସ୍ୱ ନିରୀକ୍ଷକ, ବ୍ଲକ କୃଷି ଅଧିକାରୀ, ଅଙ୍ଗନୱାଡି ସୁପରଭାଇଜରମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଏହି ପ୍ରଶିକ୍ଷାର୍ଥୀମାନେ ତଥା ବ୍ଲକସ୍ତରୀୟ ଅଧିକାରୀ ଓ ଅଙ୍ଗନବାଡି ସୁପରଭାଇଜରମାନେ ପ୍ରତି ପଞ୍ଚାୟତର ପ୍ରତି ୱାର୍ଡ କୁ ୱାର୍ଡ ବୁଲି ସର୍ଭେ ତଥା ଭୋଟର ସଂଶୋଧନ ତାଲିକା ପ୍ରସ୍ତୁତ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ