ଶହେ କୋଟି ଟିକାକରଣକୁ ସ୍ୱାଗତ ଜଣାଇ ସମ୍ବର୍ଦ୍ଧିତ କଲା କନ୍ଧମାଳ ଜିଲ୍ଲା ବିଜେପି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବିଜେପି ଫୁଲବାଣୀ ଠାରେ ଟିକାକରଣ କରାଉଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲା । ଶହେ କୋଟି ଟିକାକରଣ ଆମ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଇତିହାସ ସୃଷ୍ଟି କରିଛି । ନିଜ ଦେଶରେ କୋଭିଡ ଟିକା ପ୍ରସ୍ତୁତ କରିବା, ତାକୁ ନିଜ ଦେଶବାସୀଙ୍କୁ ଉପଲବ୍ଧ କରାଇବା ସହିତ ଅନ୍ୟ ଦେଶକୁ ମଧ୍ୟ ପ୍ରଦାନ କରି ବିଶ୍ୱବାସୀଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବା କିଛି କମ୍‌ କଥା ନୁହେଁ । ମାତ୍ର ୨୭୯ ଦିନରେ ଦେଶରେ ୧୦୦ କୋଟି ଡୋଜ ଟିକାକରଣ କରାଇଥିବାରୁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟୁଛି । ଏପରି ସ୍ଥଳେ ଏହାକୁ ଏକ ଉତ୍ସବ ରୂପେ ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ସେହି କ୍ରମରେ ଫୁଲବାଣୀ ଠାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଟୀକାଦାନ କେନ୍ଦ୍ରକୁ ଯାଇ ଟିକାଦାନ କରାଉଥିବା କର୍ମଚାରୀ ମାନଙ୍କୁ ମିଠା ଖୁଆଇ, ଉତ୍ତୋରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପ ସଭାପତି ରମେଶ ମହାନ୍ତି (ବନ ଭାଇ), ନମିତା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ସ୍ମିତାରାଣୀ ମହାନ୍ତି, ନଗର ଉପ ସଭାପତି ସମୀର ଘଟାଲ, ଶ୍ରୀମତି ସରୋଜିନୀ ମହାନ୍ତି, ସନ୍ତୋଷ ପଣ୍ଡା, ସନ୍ତୋଷ ସ୍ୱାଇଁ, ପ୍ରଶାନ୍ତ ପଟ୍ଟନାୟକ, ଯଦୁନାଥ ସାହୁ, ବିକୁ ପ୍ରଧାନ, ଗଙ୍ଗାଧର ପାତ୍ର ପ୍ରମୁଖ ସହଯୋଗ କରିବା ସହିତ ସମ୍ବର୍ଦ୍ଧନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ