ତିନି ଦିନିଆ ଶିକ୍ଷକ/ଶିକ୍ଷୟିତ୍ରୀ ତାଲିମ ଶିବିର ଉଦଯାପିତ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ତାଲିମ ଶିବିର ଅକ୍ଟୋବର ୨୪ ତାରିଖ ଦିନ ଉଦଯାପିତ ହୋଇଯାଇଛି । ଅକ୍ଟୋବର ୨୨, ୨୩ ଓ ୨୪ ତାରିଖ ତିନି ଦିନ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଦିନ ତାଲିମ ଶିବିରକୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିବା ବେଳେ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମକୁ ବିଇଓ ପ୍ରଶନ କୁମାର ବେହେରା ଉଦଘାଟନ କରିଥିଲେ । ତୃତୀୟ ଦିନର ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବୁଗୁଡା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଭନ୍ନ ବିଷୟରେ ଶିକ୍ଷାଦାନ ଦେଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତାଲିମ ଗ୍ରହଣ କରିଥିଲେ । ୨୦୨୧-୨୨ ଶିକ୍ଷା ବର୍ଷରେ କେତେ ପରିମାଣର ବିଷୟ ଶିକ୍ଷା ଦିଆଯିବ, କେଉଁ ପ୍ରକାର ପ୍ରଶ୍ନ ଓ କେତେ ମାର୍କର ପରୀକ୍ଷା କରାଯିବ ଏବଂ କିପରି ମୂଲ୍ୟାୟନ କରାଯିବ ସେହି ବିଷୟ ନେଇ ତାଲିମ ପ୍ରଦାନ କରାଯାଇଥିଲା । କୋଭିଡ କଟକଣା ମଧ୍ୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।


