ଏସଡବ୍ଲୁଏଏସଏନଇଆର ପିପିଇର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଟଳ ଇନକ୍ୟୁବେସନ ସେଂଟର – ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ଫାଉଣ୍ଡେସନ ଭାରତ ସରକାରଙ୍କ ନୀତି ଆୟୋଗ ଏଆଇଏମ ଦ୍ୱାରା ସହାୟତାପ୍ରାପ୍ତ ଏବଂ ଷ୍ଟାର୍ଟ ଅପ୍ ଓଡ଼ିଶା ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହାର ଷ୍ଟାର୍ଟପ୍ ଲଂଚପ୍ୟାଡ୍ ସିରିଜର ତୃତୀୟ ଚାପ୍ଟରକୁ ୨୫ ଅକ୍ଟୋବର ୨୦୨୧ ସୋମବାର ଦିନ ଭୁବନେଶ୍ୱରସ୍ଥିତ ହୋଟେଲ୍ ଏମ୍ପାୟାର ଠାରେ ପରିଚାଳନା କରିଥିଲା । ସଂପ୍ରତି ଏଆଇସି ନାଳନ୍ଦା, ଭୁବନେଶ୍ୱର ଠାରେ ଏହାର ଅତ୍ୟାଧୁନିକ ଇନକ୍ୟୁବେଟର ଭିତିକ ୩୫ ଟି ଷ୍ଟାର୍ଟଅପ୍ ଇନକ୍ୟୁବେଟ କରୁଛି । ଷ୍ଟାର୍ଟ ଅପ୍ ଲଂଚ ପ୍ୟାଡ୍ ହେଉଛି ଏକ ଏଆଇସି ନାଳନ୍ଦାର ପଦକ୍ଷେପ ଯାହା ଉତ୍ପାଦ ଅବା ସେବା ସମ୍ବନ୍ଧିତ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଗ୍ରାହକ ବଜାର ପାଇଁ ଅଭିନବ ପଦ୍ଧତି ବିଷୟରେ ସହାୟତା କରିବ । ଏହି ପ୍ଲାଟଫର୍ମ ବ୍ୟାପକ ଭାବରେ ଷ୍ଟାର୍ଟଅପ୍ ଜରିଆରେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ୟୁଜର କମ୍ୟୁନିଟି ମିଡିଆ ଓ ପବ୍ଲିକ ଫୋରମ୍ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବ । ଏହି ଶୁଭାରମ୍ଭରେ ଏହାର ଇନକ୍ୟୁବେଟର ଉତ୍ପାଦ, ଏୟୁୟୁଏମ୍ ପ୍ଲାଟଫର୍ମ ଏକ ଷ୍ଟାର୍ଟଅପ୍ କୁ ପ୍ରସ୍ତୁତ କରାଯାଇଥିଲା ଓ ନୂତନ ପ୍ରଯୁକ୍ତିଗତ ଜ୍ଞାନକୌଶଳ ବିଷୟକୁ ନେଇ ଏହାର କାର୍ଯ୍ୟକାରୀତା ପାଇଁ ପ୍ରସ୍ତାବ ରଖାଯାଇଥିଲା । ନୂତନ ପୀଢ଼ିର ପିପିଇ – ଏସଡବ୍ଲୁଏଏସଏନଇଆର ହେଉଛି ଏକ ପରିବେଶ ଉପଯୋଗୀ, ମୂଲ୍ୟ ଉପଯୋଗୀ ସ୍ୱଦେଶୀ ନିର୍ମିତ ପିପିଇ ଯାହା କେବଳ ଉଲ୍ଲେଖନୀୟ ଦକ୍ଷତା ସମ୍ପନ୍ନ ନୁହେଁ ଅନ୍ୟପକ୍ଷରେ ଭବିଷ୍ୟତ ପାଇଁ ଏହା ସ୍ଥାୟୀ ଭାବରେ କାର୍ଯ୍ୟକାରୀ ହୋଇପାରିବ ଏୟୁୟୁଏମ୍ ପ୍ଲାଟଫର୍ମର ପ୍ରତିଷ୍ଠାତା ଓ ସିଇଓ ସାଇ ସମ୍ବିତ ନାୟକ ଉଲ୍ଲେଖ କରିଥିଲେ ଯେ ଏୟୁୟୁଏମ୍ ପ୍ଲାଟଫର୍ମର ମୌଳିକ କାର୍ଯ୍ୟକାରୀତା ପ୍ରଣାଳୀ କେବଳ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ନୁହେଁ ଅନ୍ୟ ପକ୍ଷରେ ଏହା ଉତ୍ପାଦର ଗୁଣବତା ଓ ମୂଲ୍ୟ ବିଷୟକୁ ନେଇ ଉଦ୍ଦିଷ୍ଟ ହେବ । ଶ୍ରୀ ସୁବାସ ସିଂହ, ସାଂସଦ, ଶ୍ରୀ ରାଧାଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ ନାଲ୍କୋ ଓ ଶ୍ରୀ ରଶ୍ମି ରଂଜନ ସାହୁ ବରିଷ୍ଠ ମିଶନ ସହଯୋଗୀ ଷ୍ଟାର୍ଟଅପ୍ ଓଡ଼ିଶା, ସମ୍ମାନୀତ ଅତିଥି ଭାବେ ଏହି ଉତ୍ସବରେ ଯୋଗଦେଇଥିଲେ । ଶ୍ରୀ ସୁବାସ ସିଂହ ଟିମ୍ର ପଦକ୍ଷେପକୁ ଅଭିନନ୍ଦନ ଜଣାଇବା ସହିତ ସମାଜର ବିଭିନ୍ନ ଉଦ୍ୟୋଗରେ ଏହାର ଅବଦାନକୁ ପ୍ରଶଂସା କରିଥିଲେ । ପୋଷ୍ଟ କୋଭିଡ଼୍ ୱାର୍ଲଡ଼ ପାଇଁ ଏହି ପିପିଇ ଏକ ମୂଲ୍ୟବାନ ପଦକ୍ଷେପ ରୂପେ କାର୍ଯ୍ୟ କରିବ ଓ ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ବଜାରରେ ଆଦୃତି ଲାଭ କରିିବ ବୋଲି ଶ୍ରୀ ରାଧାଶ୍ୟାମ ମହାପାତ୍ର କହିଥିଲେ । ଶ୍ରୀ ରଶ୍ମି ରଂଜନ ସାହୁ ମଧ୍ୟ ଏହି ଉତ୍ପାଦର ଉପଯୋଗିତା ସମ୍ବନ୍ଧରେ ମତପ୍ରକାଶ କରିଥିଲେ ଓ ଏଆଇସି-ନାଳନ୍ଦାର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଷ୍ଟାର୍ଟଅପ୍ ଲଂଚ ପ୍ୟାଡର ଶୁଭାରମ୍ଭରେ ଏୟୁୟୁଏମ୍ ପ୍ଲାଟଫର୍ମର ଟିମ୍ ସହିତ ଏଆଇସି, ନାଳନ୍ଦାର ଟିମ୍ ଏହି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଆଶାବାଦୀ ଅଛନ୍ତି । ଭବିଷ୍ୟତ ପାଇଁ ଏହି କାର୍ଯ୍ୟକ୍ରମ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ସମସ୍ତେ ଆଶା କରିଥିଲେ ।


