ସୁଧବାରିମୂଳ ଗ୍ରାମରେ କୁମାରୀ ବିବାହ ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ସୁଧ ବାରିମୂଳ ଗ୍ରାମ ରେ କୁମାର ପୂର୍ଣ୍ଣିମା ଅବସରରେ ଏକ ନିଆରା ଢଙ୍ଗରେ କୁମାରୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବ ରେ କନ୍ୟା ଭାବେ ମାମୁନି ମଲ୍ଲିକ ଓ ବର ଭାବେ ଶ୍ରୀୟା ମଲ୍ଲିକ ଙ୍କ ମଧ୍ୟରେ ମିଛି ମିଛିକା ବିବାହ ଅନୁଷ୍ଠିତ ହୋଇଥିଲା। ପୁରୋହିତ ଭାବେ ଶଶି ମଲ୍ଲିକ ବର କନ୍ୟା ଙ୍କ ହାତ ଗଣ୍ଠି ପକାଇବା ସହିତ ହୋମ ଯଜ୍ଞ ଓ ବିବାହ ରୀତିନୀତି କରିଥିଲେ। ଶେଷରେ ଗ୍ରାମବାସୀ ମାନେ ବିବାହ ଭୋଜି ଖାଇଥିଲେ । କୁମାରୀ ବିବାହ ଉତ୍ସବ ପାଇଁ ସୁଧ ବାରିମୂଳ ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଥିଲା।