କାର୍ତ୍ତିକ ପ୍ରଥମ ସୋମବାର ପାଇଁ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼

ନିମାପଡ଼ା, (ସନ୍ତୋଷ ଦାଶ):କାର୍ତ୍ତିକ ମାସର ପ୍ରଥମ ସୋମବାର ହେତୁ ଆଜି ପ୍ରାଚୀ ଉପତ୍ୟକା ର ବିଭିନ୍ନ ଶୈବ ପୀଠରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରାଚୀ ଉପତ୍ୟକା ରେ ରହିଥିବା କପିଳେଶ୍ୱର, ଗୋ କର୍ଣ୍ଣେଶ୍ୱର, ତ୍ରିବେଣୀଶ୍ୱର, ଶୋଭନେଶ୍ୱର, ରାମେଶ୍ବର, ଅଙ୍ଗେଶ୍ୱର,ଅମରେଶ୍ୱର, ଗ୍ରାମେଶ୍ୱର, ସୋମେଶ୍ୱର,ନାଟେଶ୍ୱର, ସିଦ୍ଧେଶ୍ୱର, ମୁକ୍ତେଶ୍ୱର ପ୍ରଭୃତି ଦ୍ଵାଦଶ ଶମ୍ଭୁ ଙ୍କ ମନ୍ଦିରରେ ଭକ୍ତମାନେ ପହଞ୍ଚି ଠାକୁରଙ୍କୁ ପୂଜା କରିବା ସହିତ ପରିବାର ର ମଙ୍ଗଳ କାମନା କରି ଲିଙ୍ଗ ଉପରେ ପାଣିଲାଗି କରିଥିଲେ। ଏଥିସହିତବନ୍ଦେଶ୍ୱର,ନୀଳକଣ୍ଠେଶ୍ୱର, ଈଶ୍ୱରନାଥ, ବୁଢାଲିଙ୍ଗ, ବ୍ରହ୍ମେଶ୍ୱର, ହରଗଣେଶ୍ୱର ପ୍ରଭୃତି ଶୈବପୀଠ ମାନଙ୍କ ରେ ବି ଭକ୍ତ ମାନଙ୍କ ଭିଡ ଜମିଥିଲା । କରୋନା କଟକଣା କୁ ଆଖି ଆଗରେ ରଖି ବ୍ରାହ୍ମଣ ମାନେ ଧାଡ଼ି ରେ ଭକ୍ତ ମାନଙ୍କୁ ମନ୍ଦିର ଭିତରକୁ ଛାଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ