୪ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ, ୨ ଅଟକ

ଛତ୍ରପୁର, (ଦେବଦତ୍ତ ମହାରଣା) :  ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ବିପୁଳ ପରିମାଣର ତମାଖୁ ଜନିତ ସାମଗ୍ରୀ ଗୁଟ୍‌ଖା ଜବତ ହୋଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଗତକାଲି ବିଳମ୍ବିତ ରାତିରେ ସହରର ମେଇନ୍‌ରୋଡ୍ ସ୍ଥିତ ଏକ ଦୋକାନ ଉପରେ ଚଢଉ କରି ୩୪ ବସ୍ତା ଗୁଟ୍‌ଖା ଜବତ କରାଯାଇଥିଲା । ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏହି ସଂପର୍କରେ ଦୁଇଜଣକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ଶ୍ରୀ ପ୍ରଧାନ ଛତ୍ରପୁର ଥାନାର ନୂତନ ଅଧିକାରୀ ଦାୟିତ୍ୱ ନେବା ପରେ ଏହା ଏକ ବଡଧରଣ ଚଢଉ ବୋଲି ସହରରେ ଆଲୋଡନ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ