କାମ୍ପ ସଂପ୍ରଦାୟକୁ ଓବିସି ମାନ୍ୟତା ପାଇଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରେ କାମ୍ପ ସଂପ୍ରଦାୟଙ୍କୁ ଓବିସି ମାନ୍ୟତା ଦେବା ପାଇଁ ଦାବି ହୋଇଛି । ଏ ନେଇ ହାଇଟେକର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଗତକାଲି ରାତିରେ ଭୁବନେଶ୍ୱର ଗସ୍ତ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାରଳାଖେମୁଣ୍ଡି ବିଧାନସଭା ଆସନରେ ୫୦ପ୍ରତିଶତ ହେଉଛନ୍ତି କାମ୍ପ ଜାତି । ଯେଉଁମାନେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟରେ କାପୁଜାତି ଭାବେ ପରିଚିତ । ଏହି ଜାତିର ଲୋକଙ୍କୁ ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ସରକାର ପଛୁଆ ବର୍ଗର ମାନ୍ୟତା ଦେଇଥିବା ସହ ଓବିସି ସଂରକ୍ଷଣ ତାଲିକାରେ ରଖିଛି । କିନ୍ତୁ ଓଡିଶା ସରକାର କାମ୍ପ ସଂପ୍ରଦାୟ ଲୋକଙ୍କୁ ପଛୁଆ ବର୍ଗର ମାନ୍ୟତା ଦେବା ପାଇଁ ଥିବା ବେଳେ କେନ୍ଦ୍ର ସରକାରଙ୍କ ତାଲିକାରେ ଏହି ପଛୁଆ ବର୍ଗର ମାନ୍ୟତା ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ । ଓଡିଶାରେ ୮୦ଲକ୍ଷ ତେଲୁଗୁ ସଂପ୍ରଦାୟର ଜନସାଧାରଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଲକ୍ଷ କାମ୍ପ ସଂପ୍ରଦାୟର ରହିଛନ୍ତି । ରାଜ୍ୟ ସରକାରଙ୍କୁ ପଛୁଆ ବର୍ଗର ମାନ୍ୟତା ଦେବା ପାଇଁ ନିବେଦନ କରିବା ଉଦ୍ଦେଶରେ ପାରଳାଖେମୁଣ୍ଡି ବିଧାନସଭା ଆସନର ପ୍ରାୟ ୩୦ଜଣ କାମ୍ପ ସଂପ୍ରଦାୟର ନେତା ଗତକାଲି ରାତିରେ ଭୁବନେଶ୍ୱର ଗ୍ରସ୍ତ କରିଛନ୍ତି । ଏ ସମ୍ପର୍କରେ ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡି ସ୍ଥିତ ପୁର୍ତ୍ତ ବିଭାଗ ଅତିଥି ଭବନରେ ହାଇଟେକର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ ଏବଂ କାମ୍ପ ସଂପ୍ରଦାୟର କିଛି ପ୍ରମୁଖ ନେତା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦେଇଛନ୍ତି । ସେମାନଙ୍କ କହିବା ପ୍ରକାରେ,ଅନେକ ବର୍ଷ ହେଲା ଏହି ଦାବି ରାଜ୍ୟ ସରକାଙ୍କ ନିକଟରେ ରହିଛି । ଏହା ଉପରେ ପୁନର୍ବାର ବିଚାର କରିବା ପାଇଁ ଏହି ପ୍ରତାନିଧି ଦଳ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବେ । ଏହି ପ୍ରତିନିଧି ଦଳରେଏସ.ବାଲାରାଜୁ,ଏସ.ଲିଙ୍ଗରାଜ,ଡି.ରାଜେଶକୁମାର,ବି.ଧନଞ୍ଜୟରାଓ,ଏନ.ବିରରାଜୁ,କେ ଆପ୍ପାରାଓ,ସିଏଚ.ଇଶ୍ୱର ରାଓ,ଏନ.ମାଲେଶ୍ୱର ରାଓ,କେ.ତେଜେଶ୍ୱର ରାଓ ଓ ପି. ବାଲରାଜୁ ପ୍ରମୁଖ ହାଇଟେକର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ