ସିଦ୍ଧ ମରିଚାଣୀ ବିଦ୍ୟାପୀଠର ପରିଚାଳନା କମିଟି ଗଠନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡାସ୍ଥିତ ସିଦ୍ଧ ମରିଚାଣୀ ନୋଡାଲ ବିଦ୍ୟାପୀଠର ପରିଚାଳନା କମିଟି ପୁନର୍ଗଠିତ ହୋଇଛି । ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକଙ୍କ ତତ୍ୱାବଧାନରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ସଭାରେ ପରିଚାଳନା କମିଟିର ସଭାପତି ଭାବେ ଚିତ୍ତରଞ୍ଜନ ସାମଲ, ଉପସଭାପତି ଭାବେ ହେମଲତା ପରିଡାଙ୍କୁ ମନୋନିତ କରାଯାଇଛି । ନୂତନ କମିଟିର କାର୍ଯ୍ୟକାଳ ୩ବର୍ଷ ରହିବ । ସମସ୍ତ ସଦସ୍ୟମାନଙ୍କୁ ବିଦ୍ୟାପୀଠ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବିଦ୍ୟାପୀଠ ପରିସରରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ କିସମର ବୃକ୍ଷର ଚାରା ରୋପଣ କରାଯାଇଥିଲା । ପରିବେଶବିତ ତଥା ମହାକାଳପଡା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟଙ୍କ ସୈାଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ସମେତ ବିଦ୍ୟାପୀଠର ପ୍ରତିଷ୍ଠାତା ସଭ୍ୟ ଭଜକୃଷ୍ଣ ରାଉତ, ମୋ ସ୍କୁଲ ଅଭିଯାନ ସଭାପତି ଅକ୍ଷୟ କୁମାର ପାଣି, ଶିକ୍ଷକ ଉମାକାନ୍ତ କର, ଧିରେନ ପରିଡା, ସରୋଜିନୀ ମିଶ୍ର, ବିଜୟଲକ୍ଷ୍ମୀ ବେହେରା, ସ୍ୱର୍ଣ୍ଣଲତା ରାଉତ, ମଧୁସ୍ମିତା ସାହୁ, ଅନ୍ନପୂର୍ଣ୍ଣା ସାମଲ, ସସ୍ମିତା ପ୍ରଧାନ, ମାନସୀ ମହାନ୍ତି, ଜ୍ଞାନରଞ୍ଜନ ବାରିକ, ପରିଚାଳନା କମିଟି ସଭ୍ୟ ପ୍ରଫୁଲ୍ଲ ସ୍ୱାଇଁ, ବିଚିତ୍ର ବାରିକ ପ୍ରମୁଖ ଯୋଗଦେଇ ଚାରାରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ