ଇନଭେନଟ୍ରୀ କରାଯାଇ ଗୁଲନଗର ପଞ୍ଚାୟତର ନୁତନ ପିଇଓଙ୍କୁ ଦାୟୀତ୍ୱ ହସ୍ତାନ୍ତର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଆଲୋକ କୁମାର ଦଳାଇ ଭତ୍ତା ଅର୍ଥ ତୋଷରପାତ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି । ବ୍ଲକ ପକ୍ଷରୁ ସେହି ପଞ୍ଚାୟତରେ ମାନସ କୁମାର ଜେନାଙ୍କୁ ନୂତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । କିନ୍ତୁ ପୂର୍ବତନ ପିଇଓ ଦାୟୀତ୍ୱ ହସ୍ତାନ୍ତର କରିନାହାନ୍ତି । ତେଣୁ ସେହି ପଞ୍ଚାୟତର ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଜିବାରୁ ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଗୁଲନଗର ପଞ୍ଚାୟତ କାର୍ଯ୍ୟାଳୟରେ ଇନଭେନଟ୍ରୀ କରାଯାଇ ୨ଟି ଆଲମୀରାରେ ଥିବା ପଞ୍ଚାୟତର ସମସ୍ତ ରେକର୍ଡପତ୍ର ତନଖି ପୂର୍ବକ ନୂତନ ପିଇଓ ଶ୍ରୀ ଜେନାଙ୍କୁ ହସ୍ତାନ୍ତର କରାଯାଇଛି । ମ୍ୟାଜିଷ୍ଟ୍ରେଟ ତଥା ଡେରାବିଶର ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଇନଭେନଟ୍ରୀ କରାଯାଇ ନୂତନ ପିଇଓଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ ପଞ୍ଚାୟତର ଜିଆରଏସ ଜିତେନ୍ଦ୍ର ମହାପାତ୍ର, କ୍ଷଣପ୍ରଭା ରାଉତ, ସରପଞ୍ଚ ପିତବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ