ଯୁବ ରେଡକ୍ରସ ପକ୍ଷରୁ ଚାଲିଥିବା କ୍ଲଷ୍ଟରସ୍ତରୀୟ ତାଲିମ ଶିବରର ଦ୍ୱିତୀୟ ଦିନରେ ଯୋଗଦେଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଯୁବ ରେଡକ୍ରସ ପକ୍ଷରୁ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ତାଲିମ ଶିବିରର ଦ୍ୱିତୀୟ ଦିନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟଲ୍ରମକୁ ଉଦଘାଟନ କରିବା ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଯୁବ ରେଡକ୍ରସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କଲେଜର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅରୁଣା ଫାଉଣ୍ଡେସନ୍ ର ମୁଖ୍ୟ ଲୋକନାଥ ମିଶ୍ର ପ୍ରଶିକ୍ଷଣ ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଏଚଆଇଭି ଏଡସ୍ ଉପରେ ସଚେତନତା କରାଇଥିଲେ । ସେହିପରି କୁକୁଡାଖଣ୍ଡି ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲିଂ ବିଭୁ ପ୍ରସାଦ ପାତ୍ର ଅନ୍ୟତମ ପ୍ରଶିକ୍ଷଣ ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ମୁକାବିଲା କରାଯିବା ଆବଶ୍ୟକ ସେ ସଂପର୍କରେ ତାଲିମ୍ ପ୍ରଦାନ କରିଥିଲେ । ଏହା ସହିତ ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା, ରକ୍ତଦାନ ଆଦି ବିଷୟରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ମହିଳା ମହାବିଦ୍ୟାଳୟ, ନରେନ୍ଦ୍ରପୁର ମହାବିଦ୍ୟାଳୟ, ମହାନାଦପୁର ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟ ଏବଂ ପିଏନୟୁଏ କଲେଜର ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲିଂ ସୁର୍ଯ୍ୟ ନାରାୟଣ ଡାକୁଆ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡଃ .ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


