ଦୁଇଟି ବାଲିବୋଝେଇ ଟ୍ରାକ୍‌ଟର ଓ ଗୋଟିଏ ମାଙ୍କଡା ବୋଝେଇ ଟ୍ରାକ୍ଟର ଜବଦ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ତହସିଲ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇଟି ବେଆଇନି ବାଲିବୋଝେଇ ଟ୍ରାକ୍ଟର ଓ ଗୋଟିଏ ମାଙ୍କଡା ବୋଝେଇ ଟ୍ରାକ୍ଟରକୁ ଜବଦ କରାଯିବା ସହ ୭୦ହଜାର ୨୪୦ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଖବରରୁ ଜଣାଯାଇଛି ଯେ ହାଟଡିହି ଅଞ୍ଚଳରେ ବେଆଇନି ଲଘୁ ଖଣିଜ ପଦାର୍ଥ ଚୋରୀ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ପରେ ଏବେ ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଆଜି ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ, ଓରାଳି ରାଜସ୍ୱ ନିରିକ୍ଷକ ସୁଶାନ୍ତ କୁମାର ସାମଲ, ଡଅଁର ରାଜସ୍ୱ ନିରୀକ୍ଷକ ଜ୍ଞାନେନ୍ଦ୍ର କୁମାର ନାୟକ ପ୍ରମୁଖ ଓରାଳି ଶାଳଣିଆଁ ରାସ୍ତାର କଳିଗାଁ ନିକଟରେ ଦୁଇଟି ବେଆଇନି ବାଲିବୋଝେଇ ଟ୍ରାକ୍ଟରକୁ ଜବଦ କରି ଡଅଁର ରାଜସ୍ୱ କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ସେଠାରେ ଦୁଇଟିଯାକ ଟ୍ରାକ୍ଟରରୁ ୩୦ହଜାର ୨୪୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ରାଜସ୍ୱ ନିରୀକ୍ଷକ ସୁଚନା ଦେଇଛନ୍ତି । ପରେ ପରେ ତହସିଲଦାର ଛେନାପଦି-ବଉଳା ରାସ୍ତାର ଢ଼େଙ୍କାଛକ ନିକଟରେ ଯାଉଥିବା ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜବଦ କରିଥିଲେ । ଉକ୍ତ ଟ୍ରାକ୍ଟର ଠାରୁ ୪୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ରାଜସ୍ୱ ନିରୀକ୍ଷକ ସନ୍ତୋଷ ନାୟକ ସୁଚନା ଦେଇଛନ୍ତି । ତହସିଲଦାରଙ୍କ ଏପରି ଚଢ଼ାଉପରେ ଏବେ ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ କରୁଥିବା ଖଣି ମାଫିଆଙ୍କ ମଧ୍ୟରେ ଛନକା ପସିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ