ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିନିକିଆ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଛାତ୍ରୀ ଯୋଗଦେଇ ଏହି ବିଦ୍ୟାଳୟର ପରିସରରେ ସଫେଇ, ଆବର୍ଜନା ସଫା କରିବା, ପ୍ଲାଷ୍ଟିକ ଜରି, ବୋତଲ, ଇତ୍ୟାଦି ସଂଗ୍ରହ କରି ପରିବେଶକୁ ସଫା କରିଥିଲେ । ଓଡିଶା ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ଜାତୀୟ ସେବା ଯୋଜନାରେ ଭାଗ ନେଇଥିବା ଛାତ୍ରୀମାନେ ସାମାଜିକ ଦୂରତା ବଜାୟ ରଖି, ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଭୂଗୋଳ ପ୍ରଧ୍ୟାପିକା ଯଥା ଅଧ୍ୟକ୍ଷା ଅମ୍ବିକା ଦେବୀ ବ୍ୟକ୍ତିଗତ ଭାବରେ ଯୋଗ ଦେଇ ନିଜେ ସଫେଇ କାର୍ଯ୍ୟ କରିଥିଲେ । ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ତଥା ଏନ୍ଏସ୍ଏସ୍ର ଅଧିକାରୀ ନୃସିଂହ ପ୍ରସାଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଏନ୍ସିସି ଅଧ୍ୟାପିକା ଲେଫଟେନେଣ୍ଟ ଅନୀତା କୁମାରୀ ପାଢୀ, ୱାଆର୍ସି ପରାମର୍ଶଦାତ୍ରୀ ଅଧ୍ୟାପିକା ସଂଯୁକ୍ତା ପାତ୍ର ଓ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।