ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ
ଛତ୍ରପୁର, (ଦେବଦତ୍ତ ମହାରଣା):ଦରଦାମ ବୃଦ୍ଧି ସମସ୍ତଙ୍କୁ ବାଧୁଛି । ଏହା ଯୋଗୁଁ ସାଧାରଣ ଲୋକ ଛଟପଟ ହେଉଛନ୍ତି । ପେଟ୍ରୋଲ ଓ ଡିଜେଲ ବୃଦ୍ଧି ସମସ୍ତଙ୍କୁ ଯନ୍ତ୍ରଣା ଦେଉଥିବା ବେଳେ ଜାଳେଣି ଗ୍ୟାସ ଆକାଶ ଛୁଆଁ ବୃଦ୍ଧି ପାଇ ସିଧାସଳଖ ହାଣ୍ଡିଶାଳରେ ମାଡ ହୋଇଛି । ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ର ଅହେତୁକ ମୁଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଉଥିବା ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବା ସହ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଗ୍ୟାସ ସିଲଣ୍ଡର ରଖି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ର ସରକାରଙ୍କ ଜନମାରଣା ନିତୀକୁ କଡା ସମାଲୋଚନା କରାଯାଇଛି । ତୁରନ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧିର ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମହିଳା ନେତ୍ରୀ ମାନେ କଡା ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଛତ୍ରପୁର ଏନଏସି ର ପୂର୍ବତନ ଅଧ୍ୟକ୍ଷା ଜି. ଆରତୀ, ଗଞ୍ଜାମ ଏନଏସି ର ପୂର୍ବତନ ଅଧ୍ୟକ୍ଷା ଉର୍ମିଳା ପଲାଇ, ରମ୍ଭା ଏନଏସିର ପୂର୍ବତନ ଅଧ୍ୟକ୍ଷା ସୌଦାମିନୀ ବିଶ୍ୱାଳ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, କଣମଣା ସମିତି ସଭ୍ୟା ରଶ୍ମିତା ବେହେରା, ରଶ୍ମିତା ନାହାକ, ବୈଜନ୍ତମାଳା ଶତପଥୀ, ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଯୁବ ବିଜେଡିର ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସାଧାରଣ ସମ୍ପାଦକ ସପନ ନାହାକ, ଗଞ୍ଜାମ ବ୍ଲକ ଯୁବ ବିଜେଡି ସଭାପତି ଅନ୍ତର୍ଯ୍ୟାମୀ ବେହେରା, ଛାତ୍ର ବିଜେଡିର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛାତ୍ର ବିଜେଡି ଜିଲ୍ଲାର ସମ୍ପାଦକ ନାଗେଶ୍ୱର ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ବିଶ୍ୱନାଥ ସୁବୁଦ୍ଧି ଓ ସୁଧିର ପାଢୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ କାଉନସିଲର ବି. ରାଜିବାବୁ, କିଶୋର ଚନ୍ଦ୍ର ସେନାପତି ଓ ବାଦଲ କୁମାର ପାଣ୍ଡି, ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ପୂର୍ବତନ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଆର. ସନ୍ତୋଷ ରେଡ୍ଡି, ସି. ଏଚ୍. ମନୋଜ ରେଡ୍ଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି. ସୁଦାମ, କଣମଣା ସରପଂଚ ଏସ୍. ଚକ୍ରପାଣି ରେଡ୍ଡି, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


