ଆହତ କଂସାର ସାହାସପୁର ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଭେଟିଲେ ଓଷ୍ଟା ନେତୃତ୍ୱ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର -ସାହାସପୁର ନୋଡାଲ ହାଇସ୍କୁଲ ପରିସରରେ ଗତ ଅକ୍ଟୋବର ୨୭ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ଆହୁତ ବୈଠକରେ ଦୁଇଗୋଷ୍ଠି ମଧ୍ୟରେ ମତପାର୍ଥକ୍ୟ ହୋଇ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କୁ ଟଣାଓଟରା କରିଥିଲେ । ଏହି ଘଟଣାରେ ପ୍ରଧାନ ଶିକ୍ଷକଙ୍କ ସାର୍ଟ ଚିରିବା ସହ ତାଙ୍କ ଦକ୍ଷିଣ ହାତ ଆଘାତପ୍ରାପ୍ତ ହୋଇଥିଲା । ବିଦ୍ୟାଳୟର ସହକର୍ମୀ ଡାକ୍ତରଖାନାରେ ପହଞ୍ଚାଇ ଏକ୍ସରେ କରାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ଘରେ ଛାଡିଥିଲେ । ପ୍ରଧାନ ଶିକ୍ଷକ ସମସ୍ତ ଘଟଣା ଲିଖିତ ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରି ଘରେ ଶାରୀରିକ ଅସୁସ୍ଥତା ପାଇଁ ଛୁଟିରେ ଥିଲେ । ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶ୍ରୀ ରାଉଳ ଯୋଗଦେବା ସମ୍ପର୍କରେ ଖବର ପାଇ ଜିଲ୍ଲା ଓଷ୍ଟା ଉପଦେଷ୍ଟା ତ୍ରୈଲୋକ୍ୟ ସ୍ୱାଇଁ, ଜିଲ୍ଲା ସମ୍ପାଦକ ନିର୍ମଳ କୁମାର ନାୟକ, ସଭାପତି ପ୍ରମୋଦ କୁମାର ବେହେରା, ରାଜ୍ୟ ଓଷ୍ଟା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦକ ନାରାୟଣ ଚନ୍ଦ୍ର ପଣ୍ଡା, ଉପସଭାପତି ପାର୍ଥସାରଥୀ ବେହେରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଡେରାବିଶ ବ୍ଲକ ସଭାପତି ଗଗନବିହାରୀ ସୁତାର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ, ଶିକ୍ଷକ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ସମସ୍ତ ତଥ୍ୟ ଜାଣିବା ପରେ ଘଟଣାର ତୀବ୍ର ନିନ୍ଦା କରିଥିଲେ । ପ୍ରଧାନ ଶିକ୍ଷକ କହିଥିଲେ ଯେ କେତେକ ବୁଦ୍ଧିଜୀବି , ମୋ ସ୍କୁଲ ଅଭିଯାନ ସଭାପତି ଆପୋଷ ସମାଧାନ ପାଇଁ ୨ଦିନ ସମୟ ନେଇଛନ୍ତି । ପ୍ରଧାନଶିକ୍ଷକଙ୍କର ଆତ୍ମସମ୍ମାନ ପୂର୍ବକ ସମାଧାନ ନହେଲେ ଆଗାମୀ ଦିନରେ ଶିକ୍ଷକ ସଙ୍ଘ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ