ଛତ୍ରପୁର ବ୍ଲକରେ କୃଷି ସଚେତନତା ରଥ ର ଶୁଭାରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) : କୃଷକମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ସଚେତନତା ଲାଗି ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗାଁରେ ଆଜିଠୁ ବୁଲିବ କୃଷି ସଚେତନତା ରଥ । ଏହି କୃଷି ସଚେତନତା ରଥକୁ ଶୁକ୍ରବାର ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି କୃଷି ସଚେତନତା ରଥ ବିଭିନ୍ନ ପଞ୍ଚାୟତ ଗାଁକୁ ଗାଁ ବୁଲି କୃଷକମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ସଚେତନତା କରିବ । ଆଜିର ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା କୃଷି ଅଧିକାରୀ ବିଦୁର ସେଠ୍ ମାଝୀ, ଗୋଷ୍ଠୀ କୃଷି ଅଧିକାରୀ ରାଧାଗୋବିନ୍ଦ ଦେ, ଛତ୍ରପୁର ବ୍ଲକ ଆତ୍ମା ଅଧ୍ୟକ୍ଷା ସକୁନ୍ତଳା ମହାପାତ୍ର, ସହକାରୀ କୃଷି ଅଧିକାରୀ ସୌଦାମିନୀ ପଣ୍ଡା, କୃଷି ଓଭରସିଅର ସର୍ର୍ନ ସେଠୀ ଓ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ମିଥୁନ୍ ସେଠୀ, ମୌସୁମୀ ବେହେରା, ସୁବାସିନୀ ପଟ୍ଟନାୟକ, ନିହାରିକା ପଣ୍ଡା, ରୋଜାଲିନ୍ ପାତ୍ର, ସୁନିତା ସେଠୀ ଏବଂ କୃଷି ବୈଷୟିକ ପରାମର୍ଶଦାତା ଗୋପିନାଥ ଦାସ ଓ ସୋନାଲି ପ୍ରିୟଦର୍ଶିନୀ ମାହନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


