ଛତ୍ରପୁର ବ୍ଲକସ୍ତରୀୟ ଯୁବ ବିଜେଡି ତରଫରୁ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ସଭା
ଛତ୍ରପୁର, (ଦେବଦତ୍ତ ମହାରଣା) : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ସରିଛି । ଏହାକୁ ନଜର ରଖି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ପକ୍ଷରୁ ସ୍ଥାନୀୟ ବ୍ଲକର ସୁନ୍ଦରପୁର ଗ୍ରାମ ଠାରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ରଣ କୈାଶଳ ଆରମ୍ଭ କରିଛି । ଯୁବ ବିଜେଡି ପକ୍ଷରୁ ସୁନ୍ଦରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଛତ୍ରପୁର ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ସଭା ବ୍ଲକ ସଭାପତି ସୁବାସ ଚନ୍ଦ୍ର ନାହାକ(କାଳିଆ)ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ପଞ୍ଚାୟତ ନିର୍ବାଚନ ସମୟରେ ଯୁବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଯୁବପିଢିଙ୍କ ଉପରେ ସବୁବେଳେ ଅସ୍ଥାବାଚନ ରଖିଛନ୍ତି । ସଂଗଠନକୁ ସହ ଆଗାମୀ ନିର୍ବାଚନ ବୈତରଣୀ ପାର କରିବାରେ ଯୁବପିଢିଙ୍କ ଅତୁଳନୀୟ ଭୂମିକାକୁ ନେଇ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆଯାଇଥାଏ । ଡିଜିଟାଲ ଯୁଗରେ ଦଳୀୟ ଜନହିତକର ଯୋଜନା ଗୁଡିକୁ ବହୁଳ ମାତ୍ରାରେ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା ସହ ଗାଁ ଗଣ୍ଡାର ଲୋକଙ୍କ ଠାରେ ଜନକଲ୍ୟାଣ ଯୋଜନା ଗୁଡିକ କିଭଳି ସୁରୁଖୁରରେ ପହଞ୍ଚାଇବାରେ ଯୁବପିଢିଙ୍କ ଅବଦାନ ମୁଖ୍ୟ ରହିବ । ଏଣୁ ଛତ୍ରପୁର ନିର୍ବାଚନମଣ୍ଡଳୀର ଦଳୀୟ ସଂଗଠନକୁ ମଜବୁତ କରିବା ସହ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ଆଜିଠୁ ହିଁ ଯୁବପିଢି ସଙ୍କଳ୍ପବଦ୍ଧ ହେବା ପାଇଁ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି । ଏହି ସମାବେଶରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ଛାତ୍ର ବିଜେଡି ରାଜ୍ୟ ସଂପାଦକ ବିମଳ କୁମାର ପଣ୍ଡା, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ, ପୂର୍ବତନ ସାଂସଦ ପ୍ରତିନିଧି ଜଟିଆ ନାହାକ, ଯୁବବିଜେଡିର ଜିଲ୍ଲା ସଂପାଦକ ଶମ୍ଭୁନାଥ ସ୍ୱାଇଁ, ଛତ୍ରପୁର ବ୍ଲକ ସମ୍ପାଦକ ସପନ ନାହାକ, ଛତ୍ରପୁର ଏନ୍ଏସି ଯୁବ ବିଜେଡି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ବିଜେଡି ଛତ୍ରପୁର ଏନଏସି ସଭାପତି ବି.ରାଜିବାବୁ, ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ନାଥ ପଣ୍ଡା, ଜଗନ୍ନାଥ ସାବତ ,ପୂର୍ବତନ ସରପଞ୍ଚ ରଶ୍ମିତା ନାହାକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ପ୍ରାରମ୍ଭରେ ସମସ୍ତ ନବ ନିର୍ବାଚିତ ବିଜେଡି ନେତା ଓ କର୍ମୀଙ୍କୁ ଯୁବ ବିଜେଡି ପକ୍ଷରୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।


