ହାତୀଓଟ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନଭେମ୍ବର ୦୩ ତାରିଖ ଦିନ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଓ ଶିକ୍ଷାବିତ ମୁରଲୀଧର ନନ୍ଦ, ୱାର୍ଡ ସଭି ପ୍ରଫୁଲ କୁମାର ସାହୁ ଓ ବୃନ୍ଦାବନ ସାହୁଙ୍କ ଉପସ୍ଥିତରେ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ପରିଚାଳନା କମିଟି ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାବେ ପ୍ରଶନ କୁମାର ସାହୁ ନିର୍ବାଚିତ ହୋଇଥବା ବେଳ ଉପସଭାନେତ୍ରୀ ଭାବେ ପ୍ରତିମା ପ୍ରଧାନ, ପରିଚାଳନା କମିଟି ସଦସ୍ୟ ଭାବେ ଟୁଲୁ ପଟ୍ଟନାୟକ, ପ୍ରଦୀପ କୁମାର ଷଡଙ୍ଗୀ, ଶଙ୍କର ସାହୁ, ବାବୁଲା ନାହାକ, ଓ ସନ୍ୟାସୀ ବେହେରା ଏବଂ ସଦସ୍ୟା ଭାବେ ମନୋରମା ମହାନ୍ତି, ଅର୍ଚ୍ଚିତା ମହାନ୍ତି, ସଂଗୀତା ସାହୁ, ଲିଲି ସାହୁ, ଓ ସୁଦେଷ୍ଣା ନାୟକ ନିର୍ବାଚିତ ହୋଇଥିଲେ। ସେହିପରି ୱାର୍ଡ ସଭ୍ୟ ସଦସ୍ୟ ଭାବେ ପ୍ରଫୁଲ କୁମାର ସାହୁ, ଅଙ୍ଗନୱାଡି କର୍ମୀ ସଦସ୍ୟା କୀର୍ତ୍ତିରାଣୀ ପାତ୍ର, ଆଶା କର୍ମୀ ସଦସ୍ୟା ମିନି ସାହୁ, ଶିକ୍ଷକ ପ୍ରତିନିଧି ସଦସ୍ୟ ନିରାନନ୍ଦ ସାହୁ, ମୀନା ମଞ୍ଚ ସଦସ୍ୟା ଛାତ୍ରୀ ପୂଜା ବାଡ଼ତ୍ୟା ଓ ସଦସ୍ୟ ଛାତ୍ର ବରୁଣ ସାହୁ ମନୋନୀତ ହୋଇଥିଲେ। ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ