ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ଗଜପତି ଜିଲ୍ଲା ବନ୍ଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଶୀକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଗୃହମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଆଜି ବିଜେପି ତରଫରୁ ଗଜପତି ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ପାଲନ କରାଯାଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି, କାଶୀନଗର ଏନଏସି ସମେତ ଜିଲ୍ଲାରେ ଥିବା ମୋଟ ୭ଗୋଟି ବ୍ଲକ ଯଥା, ମୋହନା, ନୁଆଗଡ, ଆର.ଉଦୟଗିରି, ଗୋଷାଣୀ, ଗୁମ୍ମା, ରାୟଗଡ ଓ କାଶୀନଗର ଆଦି ବ୍ଲକରେ ଏହି ବନ୍ଦ ପାଲନ ସଂପୂର୍ଣ୍ଣ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । ସମଗ୍ର ଜିଲ୍ଲାରେ ସମସ୍ତ ପ୍ରକାର ଯାନବାହନ,ଦୋକାନ ବଜାର, ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର,ପେଟ୍ରୋଲ ପମ୍ପ, ସିନେମା ହଲ ଆଦି ସବୁକିଛି ବନ୍ଦ ରହିଥିବା ଦେଖା ଦେଇଛି । ଖବର ଲେଖିବା ସୁଦ୍ଦା ବନ୍ଦ ପାଳନ ଶାନ୍ତି ଶୃଙ୍ଖଳା ସହକାରେ ପାଳନ କରାଯାଉଥିବା ଦେଖାଦେଇଥିଲା । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ବନ୍ଦ ପାଳନର ନେତୃତ୍ୱ ନେଇଥିବା ବେଳେ ବରିଷ୍ଠ ବିଜେପି ନେତା ନରସିଂହ ପଟ୍ଟନାୟକ,ପ୍ରଶାନ୍ତ ପାଳ,ସିଏଚ.ସିମାଦ୍ରୀ,ତିରୁପତି ପାତ୍ର,ଜଗନ୍ନାଥ ମହାପାତ୍ର,ଜିଲ୍ଲା ସାଧାରଣ ସଂପାଦିକା ଅରୁଣିମା ସାହୁ ବରିଷ୍ଠ ନେତ୍ରୀ ପି.ଲତା ପ୍ରମୁଖଙ୍କ ସହଗ ବହୁ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ