୧୧ନମ୍ବର ଶାଖା କେନାଲ ବନ୍ଧକୁ ଅବରୋଧ କରି ପାଇଖିନା ନିର୍ମାଣ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୧୧ନମ୍ବର ଶାଖା କେନାଲକୁ ଅଳାବାଙ୍କ ଠାରେ ଅବରୋଧ କରି ପାଇଖିନା ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ ଅଳାବାଙ୍କ ଗ୍ରାମର ସର୍ବେଶ୍ୱର ଜେନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ସୁରେନ୍ଦ୍ର ସାହୁ ଓ ସଞ୍ଜୟ ସାହୁ ଅଳାବାଙ୍କ ୧୧ନମ୍ବର -ଡି ଶାଖା କେନାଲ ଉପରେ କେନାଲବନ୍ଧ ଅବରୋଧ କରି ଏକ ଛାତପକା ପାଇଖିନା ନିର୍ମାଣ କରୁଛନ୍ତି । ଫଳରେ ସର୍ବେଶ୍ୱରଙ୍କର ସେହି ମୈାଜାର ଖାତା ନମ୍ବର -୨୮୦ ଏରିଆ ଏ୦.୦୯୦କୁ ଯିବା ଆସିବା ପାଇଁ ଥିବା ରାସ୍ତାଟି ବନ୍ଦ ହୋଇଯାଇଛି । ତେଣୁ ସେହି ସରକାରୀ ଜମି ଉପରେ ଥିବା ଶାଖା କେନାଲ ବନ୍ଧ ରାସ୍ତାକୁ ଅବରୋଧ ମୁକ୍ତ କରିବା ପାଇଁ ସର୍ବେଶ୍ୱର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ