ଜଗନ୍ନାଥ ପ୍ରସାଦ ସି. ପି. ଆଇ ପରିଷଦର କାର୍ଯ୍ୟକାରୀ କମିଟି ବୈଠକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ଅର୍ଥାତ ନଭେମ୍ବର 6ତରିଖ ମଧ୍ୟାହ୍ନ ରେ ସ୍ଥାନୀୟ ନାୟକ ଭବନ ପରିସରରେ ଜଗନ୍ନାଥ ପ୍ରସାଦ ସି ପି. ଆଇ ଆଞ୍ଚଳିକ ପରିଷଦ ର କାର୍ଯ୍ୟକାରୀ କମିଟି ବୈଠକ ସୁରେନ୍ଦ୍ର ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି. ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଓ କମ୍ୟୁନିଷ୍ଟ ନେତା ଆଇନଜୀବୀ ସୋମନାଥ ନାୟକ ଯୋଗ ଦେଇଥିଲେ. ଶାଖା ସମ୍ପାଦକ ମାନେ ଯୋଗ ଦେଇ ଆଲୋଚନା ରେ ଭାଗନେଇ ଥିଲେ ସର୍ବ ସମ୍ମତିକ୍ରମେ ନିଷ୍ପତି ହେଲା ଯେ, ରୁଢାପଦାର, ଗାୟାଗଣ୍ଡା, ତାରାସିଂଗି, କୋକଳବା, ଝାଡ଼ଭୂମି, ବୁଡୁରୁଙ୍ଗୁ, ଚଢିଆପଲ୍ଲୀ, କାଦୁଆ ଓ ପଞ୍ଚଭୂତି ଗ୍ରାମ ପଂଚାୟତ ମାନଙ୍କରେ ୱାର୍ଡ ସଭ୍ୟ ଠୁ ଆରମ୍ଭ କରି ସରପଞ୍ଚ ସମିତି ସଭ୍ୟ ପ୍ରାର୍ଥୀ ଦିଆଯିବ. ଆବଶ୍ୟକ ସ୍ଥଳେ ଅନ୍ୟ ବାମପନ୍ଥୀ ଦଳଙ୍କ ସହ ସମୋଝୋତା କରାଯିବ. ଅନ୍ୟ ମାନଙ୍କ ଭିତରେସର୍ବସାଥୀ ମାଙ୍କୁ ନାୟକ, ପବିତ୍ର ନାୟକ, ବାଳକୃଷ୍ଣ ନାୟକ, ଅଭିମନ୍ୟୁ ନାୟକ, ଜଳନ୍ଧର ନାୟକ, ବାଳିନନ୍ଦ ପ୍ରମୁଖ ଯୋଗ ଦେଇଥିଲେ. ବୈଠକ ଶେଷରେ ଆଞ୍ଚଳିକ ସମ୍ପାଦକ ବିପ୍ର ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ..ଅଂଚଳ ପରିଷଦ ର ସାଧାରଣ ବୈଠକ ପଞ୍ଚଭୂତି ଠାରେ ଆସନ୍ତା ୨୦ ତାରିଖ ରେ ଅନୁଷ୍ଠିତ ହେବାପାଇଁ ମଧ୍ୟ ସ୍ଥିର ହୋଇଛି l