ଶିଶୁ ସଂକ୍ରାମକ ରୋଗ ନିରାପଦୀ କରଣ ଦିବସ

ବିପିନ ବିହାରୀ ମହାନ୍ତି
ଶିଶୁଟିଏ ବାପା ମା’ଙ୍କର ଜୈବିକ ପ୍ରତି ଭୂ । ଏଣୁ ଶିଶୁଟିଏ ଗଢ଼ି ତୋଳି ମଣିଷ କରିବା ପିତା ମାତା ପାଆନ୍ତି ଅପାର ଆନନ୍ଦ । ସେ ତା’ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ସେଥିପାଇଁ ସେ ତାଙ୍କର ସମସ୍ତ ସମୂଳ ଶିଶୁର ମାନସିକ ଶାରୀରିକ ସୁସ୍ଥତା ପାଇଁ ବ୍ୟୟ କରିଥା’ନ୍ତି । ଶିଶୁଟିଏ ଖାଲି ପିତାମାତାଙ୍କର ସଂପଦ ନୁହେଁ । ଆଜିର ଶିଶୁ କାଲିକୁ ଏ ଦେଶର କର୍ଣ୍ଣଧାର -= ଶାସକ, ବିଜ୍ଞାନୀ, … ପ୍ରଶାସକ, ଡାକ୍ତର… ଏମିତି ଯାହା ବି ଭାବନ୍ତୁ । ଏମାନଙ୍କ ସୁନ୍ଦର ଭାବ ଗଢ଼ି ତୋଳିବା ଉଭୟ ପିତାମାତା ଓ ଦେଶର କର୍ତ୍ତବ୍ୟ ଅର୍ଥଚ ଅନେକ ଶିଶୁ ଏ ପୃଥିବୀ ସହିତ ନିଜକୁ ସାମିଲ କରିବା ପୂର୍ବରୁ ଅନ୍ଧକାର ଭିତରକୁ ଚାଲି ଯାଉଛନ୍ତି । ଏସବୁ ଦେଖି ଇଉଲିୟମ ଆଲିଙ୍ଗାନା କହିଛନ୍ତି : କାହିଁ ଯା’ନ୍ତି ଶିଶୁ ଯେତେ ସୁକୁମାର ମତି ଏଇ ମୃଢ଼ ନରନାରୀ ତାଙ୍କ ପରିଣତି । ଏଥିରୁ ଆମ୍ଭମାନଙ୍କର ଶିଶୁମାନଙ୍କ ପ୍ରତି ଅବହେଳା କଥାକୁ ବୁଝାଏ । ଶିଶୁମାନଙ୍କ ପ୍ରତି ତୁରନ୍ତ ଓ ଅଗ୍ରଧ୍ୟାନ ଦେବାକୁ ଯାଇ ସେଥିପାଇଁ ନୋବେଲେ ପୁରସ୍କାର ବିଜେତା ଗାଦ୍ରିଏଲ ମିଷ୍ଟ୍ରାଲ କହିଛନ୍ତି : ଆଜି ପରା ତାର ହାଡ଼ ତିଆରି ହେବାର ପାଳି । ପୁଣି ପରା ଆଜି ତା’ଠି ତିଆରି ହେବ ରକ୍ତ । ଆଜି ପୁଣି ବିକାଶ ଲାଭ କରିବ ତା’ର ଇନ୍ଦ୍ରିୟମାନ । ତେଣୁ ତୋ କଥା ଆସନ୍ତା କାଲି ବୁଝିବା କହି ତାକୁ ଶୁଆଇ ପକାଇଲେ ଚଳିବ କିପରି? ତା’ପାଇଁ ଯାହା କିଛି କରିବାର କଥା, ସବୁକିିଛି କରିବାକୁ ପଡ଼ିବ ଆଜି ଏବଂ ଏବେ, ଏଇନେ । ଏଥିରେ ସେ ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧିପାଇଁ ଖାଦ୍ୟର ଆବଶ୍ୟକତା, ତା’ ଯତ୍ନ ଏବଂ ସର୍ବୋପରି ତାକୁ ନିରୋଗ ରଖିବା କଥାକୁ ସୁଚାଉଛନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ଶିକ୍ଷା ଓ ସାମାଜିକ ଆବଶ୍ୟକତା କଥା ଅଛି । ବଂଚିବାରେ ଯେ ଶିଶୁ ସନ୍ତାନର ନିଜସ୍ୱ ଅଧିକାର ରହିଛି ଏବଂ ସେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ, ଏକଥା ତା’ ପିତାମାତା ଓ ଦେଶ ବୁଝିବା ଉଚିତ୍ । ଶିଶୁମାନେ ମୃତ୍ୟୁର ଶିକାର ହେବାର ଦୁଇଟି କାରଣ ଅଛି । ପ୍ରଥମଟି ହେଲା ଖାଦ୍ୟ ଭାବ ଜନିତ ରୋଗ ବା ଅପପୁଷ୍ଟି, ରୋଗ, ମ….. ଦ୍ୱିତୀୟଟି ହେଲା ଶୈଶବରୁ ଆକ୍ରାନ୍ତ ହେଉଥିବା ବିଭିନ୍ନ ରୋଗ ଯଥା, ଡ଼ିପଥେରିଆ, ହୁପିଙ୍କାଶ, ଟିଟାନସ୍‌, ସୋଲିଓ, ଟାଇଫଏଡ଼୍‌, ଶିଶୁ ଯକ୍ଷ୍ମା, ମିଳିମିଳା, ବସନ୍ତ, ତରଳ ଝାଡ଼ା, ଶ୍ୱାସ, ବାତମରା ବା ଫିଡ଼ସ୍‌, କୃମି ଏବଂ ଏମିତି ଯାହା କିଛି । ୧୯୦୦ ମସିହା ଠାରୁ ୨୦୦୦ ମସିହାକୁ ଧରି ତୁଳନାତ୍ମକ ଭାବେ ବିଚାରକୁ ନେଲେ ଅନ୍ୟାନ୍ୟ ଦେଶ ଅପେକ୍ଷା ଭାରତର ଶିଶୁ ମୃତ୍ୟୁହାର ସଦା ସର୍ବାଧିକ । ୧୯୦୦ ମସିହାରେ ପ୍ରତି ହଜାର ପ୍ରତି ଏହାର ହାର ୨୩୨ ଥିଲାବେଳେ ବର୍ତ୍ତମାନ ଏହା ୮୦ରେ ପହଞ୍ôଚଛି । ୧୯୫୦ ଏବଂ ୧୯୮୦ବେଳେ ଅନ୍ୟ ଦେଶମାନେ ନିମ୍ନତ୍ତମ ଦୁଇ ଏକ ଅଙ୍କରେ ଥିଲାବେଳେ ଆମେ ତିନିଅଙ୍କ ଏବଂ ଉଚ୍ଚତମ ଦୁଇ ଅଙ୍କ ୮୦ରେ ଅଛୁ । ସର୍ବାଧିକ ମୃତ୍ୟୁହାରରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର । ଓଡ଼ିଶାର ଶିଶୁହାର ବର୍ତ୍ତମାନ ୯୫ରେ ସୀମିତ ହେଲେ ହେଁ, ଏହା ଭାରତରେ ସର୍ବାଧିକ । ତଥାପି ମାନୁଛୁ ଯେ ଏହି ମୃତ୍ୟୁହାର କ୍ରମଶଃ କମିବାରେ ଲାଗିଛି । ଏହାର ଏକମାତ୍ର କାରଣ ହେଉଛି ଆମ୍ଭମାନଙ୍କର ସ୍ୱାସ୍ଥ୍ୟ ସଚେତନତା, ନାରୀ ଜାଗରଣ ଏବଂ ସ୍ୱାସ୍ଥ୍ୟ ସେବାର ବିକାଶ । ମିଳିତ ଜାତିସଂଘର ଲକ୍ଷ୍ୟ ବିଶ୍ୱସ୍ତରରେ ଶିଶୁ ମୃତ୍ୟୁହାର ‘ଶୁନ୍‌’କୁ ଅଣାଯିବା ଉଚିତ୍ । କୌଣସି ଶିଶୁ ଅପପୁଷ୍ଟି ଏବଂ ରୋଗରେ ନମରୁ, ଏହାହିଁ ଏହାର ଲକ୍ଷ୍ୟ । ଏଥିପାଇଁ ୧୦ ନଭେମ୍ବର ୨୦୦୦ ମସିହାଠାରୁ ମିଳିତ ଜାତିସଂଘର .. ଏବଂ … । ଇଉନିସେଫ୍ ଓ ଡବଲ ଏଚ୍ ଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଘ କାମ କରୁଛି ଏବଂ ପ୍ରତିବର୍ଷ ଏହି ଦିବସଟିକୁ ଶିଶୁ ଶିଶୁ ସଂକ୍ରାମକ ନିରାପଦୀ କରଣ ଦିବସ ରୂପେ ପାଳିତ ହୁଏ । ସମସ୍ତ ଶିଶୁ ରୋଗ ବିରୁଦ୍ଧରେ ଟିକା, ଇଂଞ୍ଜେସନ୍‌, ବା ମାଉଥ୍‌ଡ଼୍ରଅ (ମୁଖ ସେବନ ଠୋପା) ମାଧ୍ୟମରେ ରୋଗ ନିରାପଦୀକରଣ ଏହାର ଲକ୍ଷ୍ୟ । ଆସନ୍ତୁ ଏ ସୁଯୋଗର ସଦୁପଯୋଗ ଆମେ କରିବା । ନିଜେ ମଧ୍ୟ ଆମ ଶିଶୁର ଯତ୍ନ ନେବା । ଶିଶୁହିଁ ଏ ଦେଶର ଶ୍ରେଷ୍ଠ ସଂପଦ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ