ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ
ଆସିକା(ୱାଇଏନ୍ଏସ୍) : ଓଡିଆ ଅସ୍ମିତାର ସ୍ୱାଭିମାନର ପ୍ରତୀକ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ବରେଣ୍ୟ କର୍ଣ୍ଣଧାର କୁଳବୁଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ଆସିକା ଓକିଲ ସଂଘ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଓକିଲ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ତଥା ବିନମ୍ର ପ୍ରଣତି ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ଆସିକା ଓକିଲ ସଂଘର ସଭାପତି ଛବିଳରାମ ମିଶ୍ର, ସଂପାଦକ ଚିତ୍ତରଂଜନ ଦାଶ, ଉପସଭାପତି ଜି.ସୂର୍ଯ୍ୟପ୍ରକାଶ ରାଓ, ଯୁଗ୍ମ ସଂପାଦକ ଅଜିତ୍ କୁମାର ମୁନି, କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ବରିଷ୍ଠ ଆଇନଜୀବୀ ସରୋଜ କୁମାର ତ୍ରିପାଠୀ, ସୁରେନ୍ଦ୍ରନାଥ ପଣ୍ଡା, ଅଜିତ୍ କୁମାର ଚୌଧୁରୀ, ଲଳିତ ମୋହନ ଦାଶ, ଦିଲୀପ କୁମାର ପାଣିଗ୍ରାହୀ, ଦ୍ୱାରିକାନାଥ ପରିଡା, ମାନସପୂର୍ଣ୍ଣ ଆଚାର୍ଯ୍ୟ, ମାନସ ରଂଜନ ଗୌଡ, ବିଦେଶୀ ନାହାକ, ମହେଶ୍ୱର ବେହେରା, ମନୋରଂଜନ ନାହାକ, ଭି.ଖୋଖନ୍ ରାଓଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


