ଆଉ ନାହାନ୍ତି ସମାଜସେବୀ ତଥା କଂଗ୍ରେସ ନେତା ଆତୁକୁରୁ ନାଗାଭୂଷଣ

ଗୁଣପୁର,(ୱାଇଏନଏସ) ଗୁଣପୁର ସହରର ପ୍ରତିଷ୍ଠିତ ସମାଜସେବୀ ଓ ବରିଷ୍ଠ କଂଗ୍ରେସ ନେତା ଆତୁକୁରୁ ନାଗଭୁଷଣ ରାଓଙ୍କର ବିଶାଖାପାଟଣାସ୍ଥିତ ଏକ ଘରୋଇ ହାସପାତଳରେ ଦେହାନ୍ତ ଘଟିଛି। ଦୀର୍ଘ ଦିନ ଧରି ପକ୍ଷଘାତରେ ପିଢିତ ସ୍ୱର୍ଗତ ନାଗାଭୂଷଣଙ୍କ ଗତକାଲି ଶ୍ବାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ବିଶାଖାପାଟଣା ନିଆଯାଇ ଏକ ଘରୋଇ ହାସପାତାଳରେ ଭର୍ତ୍ତି କରିଥିଲେ। ତେବେ ଆଜି ଅପରାହ୍ନରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିବା ବେଳେ ଶେଷ ସମୟରେ ପତ୍ନୀ ବିଜିୟାଶାନ୍ତି,ତିନି ପୁଅ ଦେବଗିରି, ମାଣିକାଣ୍ଟା,ଶ୍ରୀନିବାସ, ତିନି ଝିଅ ଜୟଲକ୍ଷ୍ମୀ,କଲ୍ୟାଣି, ଜଗଦେଶ୍ଵରୀ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ସ୍ଵର୍ଗତଃ ନାଗ ଭୁଷଣ ଜଣେ ମେଳାପି ଏବଂ ପରୋପକାରୀ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ। ଯେଉଁଠି ସମସ୍ୟା, ଆପଦ ବିପଦରେ ସେ ଲୋକଙ୍କ ସାଙ୍ଗେ ରହି ସମସ୍ୟା ଗୁଡିକର ସମାଧାନ କରୁଥିଲେ। ତାହା ଘରପୋଡି ହେଉ ବା ନଦୀ ବଢି ସବୁଠି ତାଙ୍କର ଉପସ୍ଥିତ ଜାହିର କରୁଥିଲେ। ଜଣେ କଂଗ୍ରେସ ଦଳର ଦୃଢ଼ ସଙ୍ଗଠକ ଭାବେ ପରିଚିତ ସ୍ଵର୍ଗତଃ ନାଗଭୁଷଣ ସତୁରି, ଅଶୀ,ନବେ ଦଶକରେ ଗୁଣପୁର ପୋୖରାଞ୍ଚଳ ଜେଲପେଟା ୱାର୍ଡରେ କଂଗ୍ରେସ ଦଳ ପକ୍ଷରୁ ସାତ ଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ସ୍ଵର୍ଗତଃ ଭାଗୀରଥି ଗମାଙ୍ଗ, ସ୍ଵର୍ଗତଃ ରାମଚନ୍ଦ୍ର ଉଲ୍ଲାକା, ସ୍ଵର୍ଗତଃ ଡ଼ମ୍ବୁରଧର ଉଲ୍ଲାକା,ପୂର୍ବତନ ବିଧାୟକ ନରସିଂହ ପାତ୍ରଙ୍କ ସହିତ ମିଶି କଂଗ୍ରେସ ଦଳକୁ ସଂଗଠିତ କରିଥିଲେ। ସେ ବିଭିନ୍ନ ସେବା କାର୍ଯ୍ୟରେ ନିରନ୍ତର ନିଜକୁ ନିୟୋଜିତ କରୁଥିଲେ। ତାଙ୍କ ବିୟୋଗରେ ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ