ମଧୁବାବୁ ଜୟନ୍ତୀ ପାଳିତ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ଓକିଲ ସଂଘ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଓକିଲ ସଂଘର ସଭାପତି ଏଲ୍‌.ଗୋପାଲ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତିଭାସନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଭିମାନର ପ୍ରତିକ ତଥା  ଓଡିଶା ପ୍ରଦେଶର ସ୍ୱାଭିମାନ ପାଇଁ ଅକ୍ଲାନ୍ତ ପ୍ରଚେଷ୍ଟାର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାମଲ, ସବ୍‌ଜଜ୍ ପୂଜା ଦେ,, ଏସ୍‌ଡିଜେଏମ୍  ବିଷ୍ଣୁପ୍ରିୟା ସାମନ୍ତରାୟ, ଜେଏମ୍‌ଏଫସି ସ୍ୱାଗତିକା ସ୍ୱାଇଁ ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ପ୍ରତିଷ୍ଠାତା ଯାହାଙ୍କ ପାଇଁ ଓଡିଆ ପଢ଼ିବା ତଥା ଓଡିଆ ଭାଷା ପ୍ରଚଳିତ ହୋଇଛି ସେହି ମହାପୁରୁଷଙ୍କ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।  ମଧୁବାବୁଙ୍କ ଜୟନ୍ତୀ ଅବସରରେ ଓକିଲ ସଂଘର ବରିଷ୍ଠ ଓକିଲ ସିଏଚ୍‌.ତ୍ରିଲୋଚନ ରେଡ୍ଡୀ, ବି.ଶ୍ରୀନିବାସ ରାଓ, ବ୍ରଜମୋହନ ଆଚାର୍ଯ୍ୟ, ମନୋଜ କୁମାର ବେହେରା, ଭୈରବୀ ପଟ୍ଟନାୟକ, ପର୍ଶୁରାମ ଗୌଡ ଓ କାଳିପ୍ରସାଦ ଦାଶ ପ୍ରମୁଖ ୭ ଜଣ ବରିଷ୍ଠ ଓକିଲଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢ଼ୌକନ ପ୍ରଦାନ ପୂର୍ବକ ପୁଷଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓକିଲ ସଂଘର ଉପସଭାପତି ପ୍ରଦୀପ କୁମାର ପଲାଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂପାଦକ କେ.ଦୁର୍ଯ୍ୟୋଧନ ରେଡ୍ଡୀ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ବରିଷ୍ଠ ସଦସ୍ୟମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ସଦସ୍ୟ ତଥା ଓକିଲମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ