କାଳବୈଶାଖୀ ପ୍ରଭାବରେ ବେଲଗୁଣ୍ଠାରେ ଉପୁଡ଼ିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀର ରୂପ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ବହିଥିବା ପବନ ଓ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ବହୁ ସ୍ଥାନରେ କ୍ଷୟକ୍ଷତି ଘଟିଛି। ବିଶେଷ କରି ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।ସୂଚନା ଅନୁସାରେ,ଆଜି ମଧ୍ୟାହ୍ନ ପରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା ଏବଂ ପ୍ରବଳ ପବନ ଯୋଗୁଁ ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛ ଗୁଡ଼ିକ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ଏଥିସହ ବହୁ ସଂଖ୍ୟାରେ ଲାଇଟ୍ ପୋଲ୍ ଧରାଶାୟୀ ହୋଇଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଇଛି। କୋଳୀ ସାହିର ରଜନୀ ମହାପାତ୍ରଙ୍କ ଘର ଉପରେ ଥିବା ସୋଲାର ପ୍ୟାନେଲଟି ମଧ୍ୟ ପବନ ମାଡ଼ରେ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିବା ଜଣାପଡ଼ିଛି।ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହୋଇନଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ସଫା କରାଯାଉଛି। ଅକାଳରେ ଏହି କାଳବୈଶାଖୀର ତାଣ୍ଡବ ଯୋଗୁଁ ଅଞ୍ଚଳବାସୀ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ