ବିଜେପି ପକ୍ଷରୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ବନ୍ତ, (ଚାନ୍ଦିନୀ ମହାନ୍ତି) : କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବନ୍ତ ବ୍ଲକ ବିଜେପି ପକ୍ଷରୁ ସୋମବାର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶ ପୁତ୍ତଳିକା ଦାହ କରାଯାଇଛି । ଜଳସେଚନ କାର୍ଯ୍ୟାଳୟ ଠାରୁ ଶତାଧିକ କର୍ମୀ ବାଇକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ଓ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବରଡ଼େଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ସରପଞ୍ଚ କିଶୋର କିଙ୍କର ପଢିଆରୀ, ପୂର୍ବତନ ସରପଞ୍ଚ ମନୋଜ ବିଶ୍ୱାଳ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, କୃଷକ ନେତା ଶଙ୍କର୍ଷଣ ଜେନା, ବରିଷ୍ଠ କର୍ମୀ ଧ୍ରୁବ ମାଝୀ, ଜିତେନ ନାଥ, ଶୁଭକାନ୍ତ ଜେନା, ପରୁଷୋତ୍ତମ ମିଶ୍ର, ଦେବେନ୍ଦ୍ର ଜେନା, ଇଂ.ପ୍ରମୋଦ ଜେନା, ତାପସ ଜେନା, ରମାକାନ୍ତ ନାୟକ, ପ୍ରଭୂଦତ୍ତତ୍ତ ଜେନା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ