ଆରମ୍ଭ ହେଲା ଅପରେସନ୍‌ ନୀଳ ଜହର

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ଆରମ୍ଭ ହେଲା ଅପରେସନ୍‌ ନୀଳ ଜହର । ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଅପରେସନରେ ପ୍ରଥମ ଦିନରେ ବାଲିଗୁଡ଼ା ଥାନା ମାଦିନାଟ ଓ ବାଲିସୁଗା ଅଞ୍ଚଳରେ ନଷ୍ଟ ହେଲା ୧୬୫ ଏକରରେ ହୋଇଥିବା ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ୍‌ ଗଞ୍ଜେଇ ଗଛ ।କନ୍ଧମାଳ ଏସପି ଭିନିତ୍‌ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଅପରେସନରେ ନୀଳ ଜହର । ଏହି ଅପରେସନକୁ ଆହୁରି ଜୋରଦାର୍‌ କରାଯିବ ଏବଂ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ । ଏହି ଅପରେସନରେ ଏସଡିପିଓଙ୍କ ସମତେ ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ବାବାଶଙ୍କର ସରାଫ୍‌, ଅବକାରୀ ଅଧିକାରୀ ଓ ସଶସ୍ତ୍ର ପୋଲିସ ଫୋର୍ସ ସାମିଲ୍‌ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ