ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ

କନ୍ଧମାଳ(ଓ୍ବାଇଏନଏସ) : ୨୬ ମେ  , ମହିଳାମାନଙ୍କୁ ଜିଲ୍ଲା ସ୍ତରରେ ଶୀଘ୍ର ନ୍ୟାୟ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ସୋମବାର କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା।
କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭାନା ମହାନ୍ତି ଓ ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କ୍ୟାମ୍ପ କୋର୍ଟରେ ମୋଟ ୨୪ଟି ମାମଲାର ଶୁଣାଣି କରାଯାଇଥିଲା। ଧାର୍ଯ୍ୟ ହୋଇଥିବା ମାମଲାମଧ୍ୟରୁ ୧୭ଟିରେ ପକ୍ଷମାନେ ହାଜର ହୋଇଥିଲେ। ସେଥିରୁ ୬ଟି ମାମଲାରେ ଉଭୟ ପକ୍ଷ, ୮ଟିରେ କେବଳ ଆବେଦନକାରୀ ଓ ୩ଟିରେ କେବଳ ବିପକ୍ଷ ଉପସ୍ଥିତ ଥିଲେ। ପକ୍ଷମାନଙ୍କ କଥା ଶୁଣିବା ପରେ କମିଶନ ପକ୍ଷରୁ ଆବଶ୍ୟକ ପରାମର୍ଶ ଓ ନିଷ୍ପତ୍ତି ନିଆଯାଇଥିଲା। ଶୁଣାଣି ପରେ ୪ଟି ପାରିବାରିକ ବିବାଦର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା। ଉଭୟ ପକ୍ଷ ପୁଣି ଏକାଠି ରହିବା ପାଇଁ ଲିଖିତ ସହମତି ଦେଇଥିଲେ। ଅଧିକ ତଦନ୍ତ ଆବଶ୍ୟକ ଥିବା ୬ଟି ମାମଲାକୁ ସମ୍ପୃକ୍ତ ବିଭାଗକୁ ପଠାଯାଇଥିବା ବେଳେ ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅନୁପସ୍ଥିତ ୭ଟି ମାମଲାରେ ପୁନର୍ବାର ନୋଟିସ୍ ଜାରି କରାଯିବ। କ୍ୟାମ୍ପ କୋର୍ଟରେ ଅତିରିକ୍ତ ଏସ୍‌ପି ଶ୍ରୀ ବିଭୂତିଭୂଷଣ ମହାପାତ୍ର, ଜିଲ୍ଲା ସୁରକ୍ଷା ଅଧିକାରୀ, କମିଶନଙ୍କ ଆଇନ ଅଧିକାରୀ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଶୁଣାଣି ପରେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି କହିଥିଲେ ଯେ, ଦୂରଦୂରାନ୍ତ ଅଞ୍ଚଳର ମହିଳାମାନେ ନିଜ ଜିଲ୍ଲାରେ ହିଁ ଶୀଘ୍ର ନ୍ୟାୟ ପାଇବା ପାଇଁ କମିଶନ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ କ୍ୟାମ୍ପ କୋର୍ଟ କରାଯାଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ