ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତ ର କୁଡକେଲକିଆ ଘାଟି ବୁଲାଣି ରେ ରବିବାର ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି, ମୃତ ବାଇକ ଚାଳକ କୁଡକେଲକିଆ ଗାଁ ର ବୀରେନ୍ଦ୍ର ମଳିକ ବୋଲି ଜଣାପଡିଛି, ଯୁବକ ଜଣକ ନିଜ ଗାଁ କୁଡକେଲକିଆ ଗାଁ ରୁ ବାଇକ ରେ ମେଲସିକିଆ ଗାଁ କୁ ଯାଉଥିବା ସମୟରେ ଡାକା ଅଭିମୁଖେ ଯାଉଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସ ଧକ୍କା ଦେଇଥିଲା, ତେବେ ଯୁବକ ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା, ବସ ଡ୍ରାଇଭର ଘଟଣା ସ୍ଥଳରୁ ଦୁର୍ଘଟଣା ପରେ ଫେରାର ଥିବା ଜଣାପଡିଛି, ମୃତକଙ୍କ ପରିବାରକୁ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ମୃତ ଦେହ କୁ ଶବ ବ୍ୟବଛେଦ ପାଇଁ ହସ୍ତାନ୍ତର ଦେବାକୁ ମନା କରିଥିଲେ, ଏଥିସହ ଦୁର୍ଘଟଣା ଘଟାଇଥିବା ସରକାରୀ ବସ କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ, ବାଲିଗୁଡା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ନେଇ ପ୍ରତିଶୃତି ଦେବା ପରେ ସ୍ଥାନୀୟ ବାସିନ୍ଦା ମୃତ ଦେହ ଛାଡିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ