ଗୋପାଳପୁର ବିଜ୍ଞାପିତ ଆଞ୍ଚଳର ଯୁବଗୋଷ୍ଟି ପକ୍ଷରୁ ବନ୍ଧୁ ମିଳନ

ଗୋପାଳପୁର, (ଯୁଗାବ୍ଦ ନ୍ୟୁଜ):ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ଯୁବ ଗୋଷ୍ଟିଙ୍କୁ ନେଇ ଏକ ବନ୍ଧୁ ମିଳନ ନିକଟସ୍ଥ ମନସୁରକୋଟା ସ୍ଥିତ ମା ଗଙ୍ଗେଇଶୂଣି ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ପ୍ରାୟ ତିନି ସହରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ, ଏଠାରେ ବିଜ୍ଞାପିତ ଅଂଚଳର କିପରି ଉର୍ନତ ହୋଇପାରିବ ସେଥିପ୍ରତି ସମସ୍ତେ ମିଳି ମିଶି କାର୍ଯ୍ୟ କରିବା ସହ ସାଧାରଣ ଜନତାଙ୍କ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ସର୍ବ ସନ୍ନମତରେ ଏକ ପ୍ରସ୍ତାବ ସ୍ଥିର ହୋଇଥିଲା, ଏଥି ସହ ଅଂଚଳରେ ହେବାକୁ ଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକରୁ କିପରି ସାଧାରଣ ଜନତା ସୁବିଧା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିଷ୍ପତି ନିଆଯାଇଥିଲା, ଏଥି ସହ ଆଗାମୀ ଦିନରେ ଅଞ୍ଚଳରେ ସରକାରଙ୍କ ଦ୍ୱାରା ହେବାକୁ ଥିବା ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟସଠିକ ଭାବେ ହୋଇ ପାରିବ ସେନେଇ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସ୍ଥିର ହୋଇଥିଲା, ଏହି ବନ୍ଧୁ ମିଳନ ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ମତ୍ସ୍ୟଜୀବୀ ସମ୍ପ୍ରଦାୟl ସମେତ ବିଭିନ୍ନ ସମ୍ପ୍ରଦାୟର ଯୁବକ ଯୋଗ ଦେଇ ନିଜର ମତ ରଖିଥିଲେ, ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଏମ. ଶିବ ପାତ୍ର ଯୋଗ ଦେଇ ସେ କହିଥିଲ ଯେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା, ସାଧାରଣ ଜନତାଙ୍କ ବିକାଶ ସହ ଅଞ୍ଚଳ ର ବିକାଶ ପ୍ରତି ଦୃଷ୍ଟି ଦେବା, ଯେପରିକି କୌଣସି ଗରିବ ବେକ୍ତି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବା ବୋଲି କହିଥିଲେ, ସେହି ପରି ସାନମାନିତ ଅତିଥି ଭାବେ ଛାତ୍ର ନେତା ଲଲଟା ଗୈାଡ ଯୋଗ ଦେଇ କହିଥିଲେ ଯେ ସବୁ ସମୟରେ ଆମେ ତୁମ ସହ ଅଛୁ ଓ ରହିବୁ ଯେତେବେଳେ ଯାହା ଦରକାର ଆମେ ସହଯୋଗ କରିବୁ ବୋଲି କହିଥିଲେ, ଅନ୍ୟ ଅତିଥି ମାନେ ଉପସ୍ଥିତ ରହି ଯୁବ ଗୋଷ୍ଠୀଙ୍କୁ ଉଚ୍ଚାହିତ କରିବା ସହ ଆଗାମୀ ଦିନରେ ସାହି କମିଟି ଗଠନ କରି କିପରି ଭାବେ ପ୍ରକୃତ ହିତ ଅଧିକାରୀ ଚିନ୍ନଠ ସେମାନଙ୍କ ସୁବିଦ୍ଧା ନିମାନେ କାର୍ଯ୍ୟ କରିବାକୁ କହିଥିଲେ, ଭବିଷ୍ୟତରେ ଯେ କୌଣସି ଉନ୍ନତ ମୂଳକ କାର୍ଯ୍ୟ କରାଯିବ ସେଥିରେ ସେମାନଙ୍କ ପକ୍ଷରୁ ପୂର୍ଣ୍ଣି ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ