ପୂଜାପାଏ ଭଗବାନ ଶିବଙ୍କ ଗୋଡ଼ ଆଙ୍ଗୁଠି
ରାଜସ୍ଥାନରେ ଏପରି ଏକ ମନ୍ଦିର ରହିଛି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯେ କୌଣସି ଶିବ ମନ୍ଦିରରେ ଶିବଙ୍କ ଲିଙ୍ଗ କିମ୍ବା ମୂର୍ତ୍ତି ପୂଜା ପାଉଥିଲାବେଳେ ରାଜସ୍ଥାନ ମାଉଣ୍ଟଆବୁର ଅଚଳଗଡ଼ରେ ଥିବା “ଅଚଳେଶ୍ୱର ମହାଦେବ’ଙ୍କ ମନ୍ଦିରରେ ଶିବଙ୍କ ଗୋଡ଼ ଆଙ୍କୁଠି ପୂଜା କରାଯାଏ । କୁହାଯାଏ, ଶିବଙ୍କ ଆଙ୍ଗୁଠି ଯୋଗୁ ଏଠାରେ ଏକ ପର୍ବତ ଟେକି ହୋଇ ରହିଛି । ଯେଉଁଦିନ ଏଠାରୁ ଶିବଙ୍କ ଆଙ୍ଗୁଠି ଅନ୍ତର୍ଦ୍ଧାନ ହୋଇଯିବ ସେବେ ଏହି ପର୍ବତ ମଧ୍ୟ ନଷ୍ଟ ହୋଇଯିବ । ଶିବଙ୍କ ଆଙ୍ଗୁଠି ତଳେ ଏକ ପ୍ରାକୃତିକ କୁଣ୍ଡ ରହିଛି । ଏହି କଣ୍ଡରେ ଯେତେ ପାଣି ଢଳା ଗଲେ ମଧ୍ୟ ଏହା କେବେ ପୂରଣ ହୁଏ ନାହିଁ । ଏଥିରେ ଢଳା ଯାଉଥିବା ପାଣି କୁଆଡ଼େ ଯାଏ ତାହା ଆଜି ବି ରହସ୍ୟ ଘେରରେ ରହିଛି ।


