ବ୍ରହ୍ମପୁରରେ ଶୁଭ ମୁହୁରତ ହେଲା ଫିଲ୍ମ ମାଲ୍ ମହୁ , ଜୀବନ ମାଟି
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଶୁକ୍ରବାର ବଡ ପରଦାରେ ରିଲିଜ ହୋଇଯାଇଛି ଆମର ମ୍ୟୁଜିକ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରଥମ ସିନେମା ‘ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ । ଏହାର ପ୍ରମିୟମ ସୋରେ ରେଶମ ସହର ବ୍ରହ୍ମପୁରର ରୁକ୍ମୁଣୀ ହଲରେ ଶୁଭ ମୁହୁରତ ହୋଇଯାଇଛି ହୋଇଯାଇଛି , ଏଥିରେ ସମସ୍ତ ଷ୍ଟାର କାଷ୍ଟ ଯୋଗଦେଇ ଦର୍ଶକଙ୍କ ସହ ଫିଲ୍ମର ମଜା ନେଇଛନ୍ତି । ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଏଲିନା । ‘ମାଲ୍ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥର ଲାଗି ଏକାଠି ଆସୁଛନ୍ତି ସବ୍ୟ-ଏଲିନା । ଏହି ସିନେମାରେ ସଲିଲ ମିତ୍ର ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଗାୟିକା ଅସୀମା ପଣ୍ଡା ପ୍ରଥମ ଥରଲାଗି ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ନବୀନ ଭଣ୍ଡାରୀ ଏହାର ପ୍ରଯୋଜକ। ଏହି ଓଡ଼ିଆ ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍।


