ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ପାଳନ ଗୌରବର ବିଷୟ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଜନଜାତି ଜନନାୟକ ତଥା ମହାନ୍ ସ୍ୱତନ୍ତ୍ରତା ସେନାନୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଦିବସ ନଭେମ୍ବର ୧୫ ଠାରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ତାଙ୍କର ଜୟନ୍ତୀ ଦିବସ ଠାରୁ ପାଖାପାଖି ସପ୍ତାହେ ବ୍ୟାପୀ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବା ପାଇଁ ଭାରତ ସରକାରଙ୍କ ଏହା ଯୁଗାନ୍ତକରୀ ନିଷ୍ପତି । ଏହି ନିର୍ଣ୍ଣୟ ଓଡ଼ିଶା ସମେତ ଦେଶର ଜନଜାତି ସଂପ୍ରଦାୟଙ୍କ ପୂର୍ବ ବୀରଗାଥା ଏବଂ ଗୌରବମୟ ଇତିହାସକୁ ଉଜ୍ଜିବୀତ କରିବା ସଙ୍ଗେସଙ୍ଗେ ସେମାନଙ୍କ ସଂସ୍କୃତି, ପରମ୍ପରା ସାରା ଭାରତବର୍ଷରେ ଆଦୃତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହାବ୍ୟତିତ କେନ୍ଦ୍ର କ୍ୟାବିନେଟର ବିଭିନ୍ନ ନିଷ୍ପତି ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଗାମୀ ୨୦୨୧-୨୨ ଆଖୁ ଚାଷ ସମୟରେ ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ ଅନ୍ତର୍ଗତ ଆଖୁଛେଦାରୁ ପ୍ରସ୍ତୁତ ଇଥାନଲକୁ ଅଧିକ ମୂଲ୍ୟରେ କିଣିବା ପାଇଁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ଇଥାନଲ ଯୋଗାଣକାରୀ ଏବଂ ଚାଷୀମାନେ ଅଧିକ ଲାଭବାନ ହେବେ । ସେହିପରି ବର୍ଷ ୨୦୧୪-୧୫ ରୁ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ କପାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ର କ୍ରୟ ପାଇଁ ଭାରତୀୟ କପା ଆୟୋଗକୁ ସିଧାସଳଖ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ୧୭ ହଜାର ୪୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ବର୍ଷ ୨୦୨୦-୨୧ ପାଇଁ ପ୍ୟାକେଜିଂରେ ଝୋଟର ନିରନ୍ତର ବ୍ୟବହାରକୁ ମଧ୍ୟ ସ୍ୱୀକୃତି ଦିଆଯାଇଛି । ଏହି ନିଷ୍ପତି ଦ୍ୱାରା ଦେଶର ଲକ୍ଷ ଲକ୍ଷ ଝୋଟ ଏବଂ କପା ଚାଷୀମାନେ ଉପକୃତ ହେବେ । କପା ଏବଂ ଝୋଟ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ଏବଂ ଏହି ବର୍ଗର ଚାଷୀଙ୍କ ଉତ୍ପାଦକୁ ଉଚିତ୍ ମୂଲ୍ୟ ଦେବା ଓ ବଜାର ଉପଲବ୍ଧ କରିବା ଏବଂ ଆର୍ôଥକ ସମ୍ବଳ ବୃଦ୍ଧି କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ