ଅନ୍ଧାରରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):କରୋନା ମହାମାରୀ ପାଇଁ ନିୟୋଜିତ ହୋଇଥିବା ଅସ୍ଥାୟୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସରକାର ଏବେ ଛଟେଇ କରିଛନ୍ତି। ମହାମାରୀର ପ୍ରଥମ ଲହରୀ ସମୟରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପରେ ପରେ ଏମାନଙ୍କୁ ଅପସାରଣ କରାଯାଇଥିଲା। ଏହାରି ଭିତରେ ଦ୍ୱିତୀୟ ଲହରୀ ଆସିଯିବାରୁ ପୁଣି ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମୀ ଖୋଜା ପଡ଼ିଥିଲେ। ଦ୍ୱିତୀୟ ଲହରୀ ବେଳେ କରୋନା ପରୀକ୍ଷା ଓ ଟିକା କରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପୁଣି ନିଯୁକ୍ତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ବିଭିନ୍ନ ଅଂଚଳରେ ଦୈନନ୍ଦିନ ନମୁନା ପରୀକ୍ଷା ଓ ଟିକା କରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ମାନେ ନିୟୋଜିତ ହୋଇଥିଲେ। ପ୍ରାୟ ୨୦୨୦ମସିହା ସୁଦ୍ଧା ଏଏନଏମ ପାସ ଆଉଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ଏବେ କରୋନା ପ୍ରକୋପ ପ୍ରାୟତଃ କମିଯାଇଥିବା ବେଳେ ସରକାର ସେମାନଙ୍କୁ ଛଟେଇ କରିଥିବାରୁ ସେମାନଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା କିଛି ସ୍ଵାସ୍ଥ୍ୟ କର୍ମୀ ଜଣାଇଛନ୍ତି। ଏହା ଉପରେ ପୁନଃ ବିଚାର ପାଇଁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ