ପଞ୍ଚକ ପାଇଁ ଅଷ୍ଟ ପ୍ରହରୀ ନାମଯଜ୍ଞ
କୋଦଳା ,(ଯୁଗାବ୍ଦ ନ୍ୟୁଜ) : ଆରମ୍ଭ ହୋଇଛି ଧର୍ମ ମାସ ମହା କାର୍ତ୍ତିକର ପଞ୍ଚକ । ଏଥିପାଇଁ ଗାଁ ଗହଳିରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ ଏକାଦଶୀ ଠାରୁ ପାଞ୍ଚ ଦିନ ପଞ୍ଚକ ଭାବେ ବିବେଚନା କରାଯାଏ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରି ନ ପାରନ୍ତି ସେମାନେ ଏହି ପାଞ୍ଚ ଦିନ ହବିଷ କରିଥାନ୍ତି । ଏଥିପାଇଁ ବିଭିନ୍ନ ମନ୍ଦିରରେ ହବିଷିଆଳୀ ମାନଙ୍କ ଭିଡ ଦେଖିବାକୁ ମିଳିଛି। ବେଗୁନିଆପଡ଼ାରେ ପଞ୍ଚକ ପାଇଁ ବିଭିନ୍ନ ସାହି ମାନଙ୍କରେ ଅଷ୍ଟ ପ୍ରହରୀ ନାମଜଜ୍ଞ ଆୟୋଜିତ କରାଯାଇଛି । ଜଗତୀ ସାହି, ବିଲୁଆ ସାହି, ଦାସ ସାହି, ତନ୍ତୀ ସାହି ଓ ଗୋଲା ସାହିରେ ଅଷ୍ଟ ପ୍ରହରୀ ନାମଜଜ୍ଞ କରାଯାଉଛି। ସାହି ବାସିନ୍ଦା ମାନେ ଏକତ୍ରିତ ହୋଇ ଏହି ନାମଜଜ୍ଞ କରୁଥିବା ବେଳେ ସାହି ଗୁଡିକରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।


