ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ

କୋଦଳା , (ଯୁଗାବ୍ଦ ନ୍ୟୁଜ) : ଶୁକ୍ରବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଆୟୋଜିତ ହୋଇଛି ନିଯୁକ୍ତି ପରାମର୍ଶ ଶିବିର। ରାଜ୍ୟ ସରକାରଙ୍କ ଜୀବୀକା ମିଶନ ପକ୍ଷରୁ ଆୟୋଜିତ ଏହି ନିଯୁକ୍ତି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଷ୍ଟଲ୍ ଦେଖିବାକୁ ମିଳିଥିଲା । ବେଗୁନିଆପଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତରୁ ବେକାର ଯୁବକ ଯୁବତୀ ମାନେ ଯୋଗ ଦେଇ ନାମ ପଞ୍ଜୀକରଣ କରିଥିଲେ। ଓଡିଶା ଜୀବିକା ମିସନ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ପ୍ରତିବର୍ଷ ଏହି ଶିବିର କରାଯାଉଛି । ୧୮ ବର୍ଷରୁ ୩୫ ବର୍ଷ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କାର‌୍ୟ୍ୟରେ ନିୟୋଜିତ କରିବା ପାଇଁ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ ଏବଂ ପ୍ରଶିକ୍ଷଣ ପରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି । ମୋଟ ୫୦୨ ଜଣ ବେକାର ଯୁବକ ଯୁବତୀ ରେଜିଷ୍ଟ୍ରେସନ୍ କରିଥିବା ବେଳେ ସିସିଡି, କ୍ୟାପସନ ଏଫ୍ ଏମ୍ ଲିମିଟେଡ ଏନ୍ ଟି ଟି ଏଫ୍ ଜାଗ୍ରତ, ଗ୍ରାମ ତରଙ୍ଗ, ସାହି ଏକ୍ସପର୍ଟ, ବିଦ୍ୟା ଭାରତୀ, ଏଏସ୍ଏମ୍ଏସିଏସ୍ ସିଷ୍ଟମ, ଜେଆର୍ଜି ଓ ଅନ୍ୟାନ୍ୟ ଟ୍ରେନିଂ ପାଇଁ ମୋଟ ୩୮୨ ଜଣ ବେକାର ଯୁବକ ଯୁବତୀ ଫର୍ମ ଦାଖଲ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ