ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ, ଚାଷୀ ମାନଙ୍କ ଚିନ୍ତା

ଛତ୍ରପୁର, (ଦେବଦତ୍ତ ମହାରଣା) :   ଗତ ଦୁଇ ଦିନ ଧରି ଛତ୍ରପୁର ବ୍ଲକ ଅଂଚଳ ରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପଵନହେଵାରୁଚମାଖଣ୍ଡି, ଟାଙ୍ଗଣାପଲ୍ଲୀ, ଲକ୍ଷ୍ମୀପୁର, ନରେନ୍ଦ୍ରପୁର, ସୁନ୍ଦର ପୁର, ରାମପଲ୍ଲୀ କେରାଣ୍ଡିତୋଳା ବଳରାମପୁର, ଭିକାରୀ ପଲ୍ଲୀ ରଘୁନାଥପୁର, ଜଗନ୍ନାଥପୁର, ଲଣ୍ଡା ବାଉଁଶ, ପାଟପୁର, କରାପଲ୍ଲୀ ଵଣଵୁଲ୍ଲା ପଲ୍ଲୀ,ନାଉଳି, କାଳିପଲ୍ଲୀ, ପ୍ରଭୃତି ଅଞ୍ଚଳ ରେ  ଧାନଫସଲ ଶଯ୍ୟା ଶାୟୀହୋଇପଡିଛି। ବର୍ତ୍ତମାନ ଧାନଫସଲ ରେ ଫୁଲ ଧରିଵା ସମୟ ହୋଇଥିବାରୁ ବର୍ଷା ସହିତ ପବନ ହେବା ରୁ ଧାନଫୂଲ ଝଡିଯାଉଥିଵାଚାଷୀ ବାଳକୃଷ୍ଣ ଶତପଥୀ,ଗଣେଶ ଚନ୍ଦ୍ର ଶତପଥୀ କେଶବ ମହାଙ୍କୁଡ଼, ମାୟା ଧରସାହୁ ଏମ୍.ନାସିମୁଲୁରେଡି ଧବଳେଶ୍ଵର ପ୍ରଧାନ, ଗଦାଧର ନାହାକ, ମାଗୁଣି ସାହୁ,କେ.ଚିନ୍ତାମଣି ପାତ୍ର କେ, ଜଗନ୍ନାଥ ପାତ୍ର,ଉଦିୟ ନାହାକ, ଜମ୍ମୁ ସାହୁ ତ୍ରୀନାଥ ପ୍ରଧାନ ଗଙ୍ଗାଧର ନାହାକ, ଏନ.କାମରାଜୁରେଡି,କାମରାଜୁ ମହାନ୍ତି,ଆର.ହରିବନ୍ଧୁ ରେଡ୍ଡୀ କହିଛନ୍ତି l ସେହିପରି ବେଗୁନିଆପଡା ସମେତ ବହୁ ଅଂଚଳ ରେ ଚାଷ ଜମିରେ ବର୍ଷା ପାଣି ପସି ରହିଥିଵା ଦେଖିବାକୁ ମିଳୁଛି l ଏହା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି    l ତେଣୁ ଚାଷଙ୍କ ଚିନ୍ତା ବଢ଼ିଯାଇଛି ବୋଲି ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ