ଫିକା ପଡିଲା କଂଗ୍ରେସର ବନ୍ଦ ଡାକରା

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ଭଣ୍ଡାରିପୋଖରୀ ରେ ଏହା ଫିକା ପଡିଛି। ଗତକାଲି ମାନ୍ୟବର ହାଇକୋର୍ଟ ଓଡିଶା ବନ୍ଦକୁ ବେଆଇନ ଦର୍ଶାଇ ଥିବା ବେଳେ କୌଣସି ଗାଡି ଘୋଡା ଚଳାଚଳକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ। କେବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପାରିବ ବୋଲି ମାନ୍ୟବର ହାଇକୋର୍ଟ କହିଥିବାରୁ କଂଗ୍ରେସ ବନ୍ଦ ଫସର ଫାଟିଯାଇଛି। ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥରେ ଆଜି ସ୍ୱାଭାବିକ ଭାବେ ଗାଡି ଚଳାଚଳ କରିଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲା ଥିବା ଦେଖିବାକୁ ମିଳିଥିଲା। ବ୍ଲକ ଅଧିନ ବାରିକପୁର ବଜାର ସମେତ ମଞ୍ଜୁରୀରୋଡ଼, କୁଲଣା, ଆଖୁଆପଦା, ଭଣ୍ଡାରିପୋଖରୀ, ସରସଦା ଓ ମାଳଦା ପ୍ରମୁଖ ଗ୍ରାମ୍ୟ ବଜାର ଗୁଡିକ ସ୍ୱାଭାବିକ ଭାବେ ଖୋଲା ରହିଥିଲା। କାଁ ଭାଁ କେଉଁଠି କେମିତି ସ୍ୱଳ୍ପ କେତେଜଣ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ମୋଟା ମୋଟି ଭାବେ ବନ୍ଦ ଡାକରା ଫିକା ପଡିଯାଇଥିବା କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ