ଗଜପତିରେ ଅଁଳା ନବମୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ବଡ ରାଧାକାନ୍ତ ମଠ,କରଣସାହି ରାଧାକୃଷ୍ଣ ମନ୍ଦିର ଆଦିରେ ପବିତ୍ର ଅଁଳା ନବମୀ ପାଳିତ ହେବା ସହ ଓଡିଆଣୀ ବେଶରେ ସଜ୍ଜିତା ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ଗୋଷାଣୀ ବ୍ଲକର ଶୀତା ପାହାଡ ଠାରେ ପବିତ୍ର ଅଁଳା ନବମୀକୁ ମହିଳାମାନେ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରିଥିଲେ । କାଶୀନଗର ଠାରେ ମଧ୍ୟ ଥିବା ରାଧାକାନ୍ତ ମନ୍ଦିରରେ ପବିତ୍ର ଅଁଳା ନବମୀ ପାଳିତ ହୋଇଯାଇଛି । ଓଡିଆଣୀ ବେଶରେ ସଜ୍ଜିତା ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଉକ୍ତ ମନ୍ଦିରରେ ଭକ୍ତ ତଥା ଶ୍ରଦ୍ଧାଳୁ ବିଶେଷ କରି ମହିଳାମାନଙ୍କ ଭିଡ ଜମିଥିଲା । ବ୍ରାହ୍ମଣ ସାହିର ମହିଳାମାନେ ଏହାକୁ ଉତ୍ସାହ, ଉଦ୍ଦୀପନା ଓ ନିଷ୍ଠାର ସହ ପାଳନ କରିଥିଲେ । ତୁଳସୀ ଓ ମାଳତୀ ଭଳି ଅଁଳା ବୃନ୍ଦାବତୀଙ୍କ ତ୍ରିଗୁଣ ରୂପରୁ ଗୋଟିଏ ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ