ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଓବିସି ସଂପ୍ରଦାୟର ଅନେକ ଲୋକ ରହିଛନ୍ତି । ଯଦ୍ୱାରାକି ପ୍ରତ୍ୟେକ ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନରେ ଓବିସିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହି ଆସିଛି ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାରେ ହେବାକୁ ଥିବା ଜିଲ୍ଲାପରିଷଦ ଓ ସମିତି ସଭ୍ୟ ନିର୍ବାଚନରେ ଓବିସିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିବା ପ୍ରତିବାଦରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାର ସାଗର ବଳିଆରସିଂ,ବିଭୁତି ମଲିକ,ଭାସ୍କର ନାୟକ,ନରେନ୍ଦ୍ର ନାୟକ,ରବି ରତନ,ପ୍ରସାନ୍ତ ବୀର ପ୍ରମୁଖ ହାଇକୋର୍ଟର ଓକିଲ ଆଲୋକ କୁମାର ଦାସଙ୍କ ଜରିୟାରେ ଏହି ଜନସ୍ୱାର୍ଥ ମାମଲା ଦାୟାର କରାଯାଇଥିବା ଜଣାପଡିଛି । ଏମାନେ ଅଭିଯୋଗ କରିଛନ୍ତି ଯେ,ଗଜପତି ଜିଲ୍ଲାରେ ୩୩% ଓବିସି ସଂପ୍ରଦାୟର ଲୋକେ ରହୁଥିବା ବେଳେ କେଉଁ କାରଣରୁ ଏମାନଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ