ଯନ୍ତ୍ରୀଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଉପାନ୍ତ ଅଞ୍ଚଳରେ ଥିବା ବେଳେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି।ହେଲେ ମିଶନ ଶକ୍ତି ହେଉଛି ସରକାରଙ୍କ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ମହିଳାଙ୍କ ଶ୍ୱାବଲମ୍ବୀ ଦିଗରେ ସାହାଯ୍ୟ ସୃଷ୍ଟି କରିବ।ସୂଚନା ମିଳିଛି ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତର ମିଶନ ଶକ୍ତି ଗୃହ ନିର୍ମାଣରେ ବିପଦକୁ ମୋରଣ ମୁହଁକୁ ନେଇ କରାଯାଉଛି ଗୃହ ନିର୍ମାଣ । ଏହି ମିଶନ ଶକ୍ତି ଗୃହର ଅଟକଳ ମୂଲ୍ୟ ୭ଲକ୍ଷ ହେଉଥିବା ବେଳେ ଗତ କିଛି ମାସ ତଳେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକୁ ସ୍ଥାନୀୟ ପୁର୍ବତନ ସରପଞ୍ଚ ଜୋଖିୟ ଗମାଙ୍ଗ ମନା କରୁଥିଲେ କାରଣ ଏହି ସ୍ଥାନରେ ୮ଫୁଟ ଉଚ୍ଚରେ ହାଲୁକା ମାଟି ରହିଛି ଯାହା ଫଳରେ ଗୃହ ନିର୍ମାଣ ପରେ ଭୁଶୁଡ଼ିପଡ଼ିବ।ହାଲୁକା ମାଟି ବାହାର କରି ନିର୍ମାଣ କରିବାକୁ କହିଥିଲେ କିନ୍ତୁ ସ୍ଥାନୀୟ ଜନସାଧାରଣ ଅଭିଯୋଗକୁ ଆଡ଼େଇ ଦେଇ ଗନିଷ୍ଟ ଯନ୍ତ୍ରୀ ଅଜୟ କୁମାର ସାମଲ ମନୋମୁଖୀ ଭାବେ ଏହି କାର୍ଯ୍ୟକୁ ସେହି ସ୍ଥାନରେ ଆରମ୍ଭ କରିଥିଲେ । ଶନିବାର ଲଗାଣ ବର୍ଷା ଯୋଗୁଁ ଗୃହକୁ ଲାଗି ରହିଥିବା ପାଚେରୀ ସହ ନିର୍ମାଣର ମାଟି ଭୁଶୁଡ଼ିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ କରିଛନ୍ତି ଯେ ଗୃହ ନିର୍ମାଣ ପୂର୍ବରୁ ମାଟି ଭୁଶୁଡ଼ିବା ଯାହା ଗୃହ ନିର୍ମାଣ ପରେ ଭୁଶୁଡ଼ିଲେ ଏହା ପାଇଁ ଦାୟୀ କିଏ ବୋଲି ?। ସରକାରଙ୍କ ଟଙ୍କା ମାଟିରେ ମିଶିବ ନାହିଁ ତ ବୋଲି କହିଛନ୍ତି ଜୋଖିୟ ଗମାଙ୍ଗ। ଏଠାରେ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଭାଗ୍ୟ ଅଧିକାରୀ ତରବରିଆ ଭାବେ ନିଷ୍ପତ୍ତି ନେଇଛନ୍ତି। କିଛି ମାସ ପୂର୍ବରୁ ବି ଗୁମ୍ମାରେ ଚେକଡେମ ନିର୍ମାଣରେ ଅନିୟମିତତା ନେଇ ଏକ ଅବିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏନେଇ ଯନ୍ତ୍ରୀ ଅଜୟ କୁମାର ସାମଲ କାର୍ଯ୍ୟାଳୟରେ ଅନୁପସ୍ଥିତ ନେଇ ଯୋଗାଯୋଗ ପରେ ବି କୋଣସି ଉତ୍ତର ଦେଇ ନଥିଲେ।ଏଥିରୁ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ ଏହି କାର୍ଯ୍ୟରେ କିଛି ତ୍ରୁଟି ରହିଛି ତେଣୁ ଭୁଲ ପ୍ରକଟ ହେଇଯିବ ସେନେଇଁ ଉତ୍ତର ଦେଇନଥିଲେ । ପରେ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ କହିଛନ୍ତି ଯେ ଏହାର ତଦନ୍ତ କରାଯିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ