ବଢ଼ିଛି ଭାରତୀୟଙ୍କ ଆୟୁଷ
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ରହିଲେ ଜଣେ ମଣିଷ ମାନସିକସ୍ତରରେ ମଧ୍ୟ ସୁସ୍ଥ ରହିଥାଏ । ଯୋଗ, ପ୍ରାଣାୟମ ଆଦି କରି ଲୋକମାନେ ଶରୀର ସୁସ୍ଥ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏବେକାର କର୍ମମୟ ଜୀବନରେ ଅନେକ ଲୋକ ଶରୀର ପ୍ରତି ଧ୍ୟାନ ଦେଇନଥାନ୍ତି । ଫଳରେ ଯୁବାବସ୍ଥାରୁ ହିଁ ଅନେକଙ୍କୁ ନାନା ରୋଗବ୍ୟାଧିର ସମ୍ମୁଖୀନ ହେବାକୁ ପଡୁଥିବା ଲକ୍ଷ୍ୟ କରାଯାଏ । ଏହିସବୁ ମଧ୍ୟରେ ନ୍ୟାଶନାଲ ହେଲ୍ଥ୍ ସର୍ଭେ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ୫ ଦଶକ ଭିତରେ ଭାରତୀୟଙ୍କ ଆୟୁଷ ୧୯ବର୍ଷ ବୃଦ୍ଧିପାଇଛି । ୧୯୭୦-୭୫ ମଧ୍ୟରେ ଜନ୍ମ ହୋଇଥିବା ଶିଶୁଙ୍କ ଆୟୁଷ ୪୯ବର୍ଷ ୮ମାସ ୧୨ ଦିନ ହୋଇଥିବାବେଳେ ୨୦୧୨-୧୬ ମଧ୍ୟରେ ଜନ୍ମିତ ଶିଶୁ ୬୯ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୯୮୦ ପର୍ଯ୍ୟନ୍ତ ଭାରତୀୟ ମହିଳାଙ୍କ ଆୟୁଷ ପୁରୁଷଙ୍କ ତୁଳନାରେ କମ୍ ଥିଲା । କେବଳ ସହରରେ ବାସ କରୁଥିବା ମହିଳାମାନେ ପୁରୁଷଙ୍କଠାରୁ ଅଧିକ ବର୍ଷ ବଞ୍ଚୁଥିଲେ । ୧୯୭୦ରେ ଜନ୍ମିତ ଝିଅଙ୍କ ତୁଳନାରେ ପୁଅମାନେ ୬ମାସ ଅଧିକ ସମୟ ବଞ୍ଚୁଥିଲେ । କିନ୍ତୁ ୨୦୧୫ରେ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଝିଅମାନେ ପୁଅଙ୍କ ତୁଳନାରେ ୨ବର୍ଷ ୭ମାସ ୬ଦିନ ଅଧିକ ବଞ୍ôଚବେ ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି ।


